ETV Bharat / bharat

ଦାୟିତ୍ବରେ ଅବହେଳା ଅଭିଯୋଗ, 14 ପୋଲିସ ନିଲମ୍ବିତ

author img

By

Published : Jun 22, 2021, 10:52 AM IST

ଦାୟିତ୍ବରେ ଅବହେଳା ଦର୍ଶାଇ ମଧ୍ୟ ପ୍ରଦେଶର 14 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ । ବିଜେପି ନେତା ତଥା ରାଜ୍ୟ ସଭା ସାଂସଦଙ୍କୁ ସୁରକ୍ଷା ଯୋଗାଇବାରେ ଅବହେଳା ଦର୍ଶାଇ କରାଯାଇଛି ନିଲମ୍ବନ । ଅଧିକ ପଢନ୍ତୁ...

ଦାୟିତ୍ବରେ ଅବହେଳା ଅଭିଯୋଗରେ 14 ପୋଲିସ ନିଲମ୍ବିତ

ଭୋପାଲ: ଦାୟିତ୍ବରେ ଅବହେଳା କାରଣରୁ 14 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ । ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ଜ୍ୟୋତିରାଦିତ୍ୟ ମାଧବରାଓ ସିନ୍ଦିଆଙ୍କୁ ସୁରକ୍ଷା ଦେବା ଅବହେଳାରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ମୋରେନାରୁ 9 ଏବଂ ଗ୍ବାଲିଓରରୁ 5 ଜଣ ଅଛନ୍ତି ।

ସୂଚନା ଅନୁଯାୟୀ ରବିବାର ବିଜେପି ସାଂସଦଙ୍କ ଏକ ସମ୍ମିଳନୀ ଗ୍ବାଲିଅରକୁ ଅଣସଂରକ୍ଷିତ ଭାବେ ପ୍ରବେଶ କରିଥିଲା । କାରଣ ପୂର୍ବରୁ ମୋରେନା ପୋଲିସ ଏକାପରି ଦେଖା ଯାଉଥିବା ଆଉ ଏକ ଗାଡିକୁ ସମ୍ମିଳନୀ ମଧ୍ୟକୁ ପ୍ରବେଶ କରାଇ ଦେଇଥିଲା । ଫଳରେ ସାଂସଦଙ୍କ ଗାଡି କିଛିବାଟ ବିନା ସୁରକ୍ଷା ମଧ୍ୟରେ ଯାଇଥିଲା । ଏନେଇ ସୂଚନା ପାଇବା ମାତ୍ରେ ଗ୍ବାଲିଅର ପୋଲିସ ତୁରନ୍ତ ଅତିରିକ୍ତ ଏସର୍କଟ ଗାଡି ପଠାଇ ବିଜେପି ସାଂସଦଙ୍କୁ ସମ୍ମିଳନୀକୁ ପଠାଇଥିଲା ।

ତେବେ ପୋଲିସଙ୍କ ଦାୟିତ୍ବହୀନତା ଅଭିଯୋଗ କରି ମୋରେନା ଏସପି 9 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ କର୍ମଚାରୀ ହେଉଛନ୍ତି ସବ୍-ଇନ୍ସପେକ୍ଟର ଶିବରାଜ ସିଂ ଚୌହାନ, ଏଏସଆଇ ବିନୋଦ ସିଂ, ମୁଖ୍ୟ କନଷ୍ଟେବଳ ବଦନ ସିଂ, କନଷ୍ଟେବଳ ଜିତେନ୍ଦ୍ର ସିଂ, ରାକେଶ ରାଠୋର, ସନ୍ତ୍ରାମ, ଅନିଲ ଯାଦବ, ଡ୍ରାଇଭର ଥାୱର ଠାକୁର ଏବଂ ରାମବିହାରୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.