ନୂଆଦିଲ୍ଲୀ: ଭାରତରେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ 135 କୋଟି କୋରୋନା ଟିକା ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି ।
ତେବେ 135 କୋଟି ଟିକା ମଧ୍ୟରୁ 50 କୋଟି କୋଭିଶିଲ୍ଡ ଟିକା ଥିବାବେଳେ, 40 କୋଟି କୋଭାକ୍ସିନ, ସ୍ଫୁଟନିକ-ଭି 10 କୋଟି ଡୋଜ ରହିଛି । ଅନ୍ୟ 30 କୋଟି ବାୟୋ ଇ ସବ୍ ୟୁନିଟ୍ ଟିକା ହୋଇଥିବାବେଳେ 5 କୋଟି ଜିଡସ୍ କ୍ୟାଡିଲା ଡିଏନ୍ଏ ଟିକା ହେବ ବୋଲି କେନ୍ଦ୍ର ସରକାର ଦେଇଥିବା ଆଫିଡେଭିଟରେ କୁହାଯାଇଛି।
@ANI