ETV Bharat / bharat

କୋରୋନାକୁ ମାତ୍ ଦେଲେ ଗୋଟିଏ ପରିବାରର 13 ସଦସ୍ୟ - ପରିବାରର 13 ଜଣ କୋରୋନାରୁ ସୁସ୍ଥ

ଘରେ ରହି ଚିକିତ୍ସା କରି କୋରୋନାରୁ ସୁସ୍ଥ ହେଲେ ଗୋଟିଏ ପରିବାରର 13 ସଦସ୍ୟ । ଘଟଣାଟି ହେଉଛି କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲା ଅନ୍ତର୍ଗତ ସିଦାର ତାଲୁକ ଅଞ୍ଚଳର । ଅଧିକ ପଢନ୍ତୁ...

କୋରୋନାକୁ ମାତ୍ ଦେଲେ ଗୋଟିଏ ପରିବାରର 13 ସଦସ୍ୟ

author img

By

Published : May 13, 2021, 4:03 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କୃଷକ ପରିବାରରେ ବିବାହ ଉତ୍ସବ ଚାଲିଥିଲା । ହେଲେ କୋରୋନାର କଳା ନଜର ଲାଗି ଯାଇଥିଲା ସେହି ପରିବାର ଉପରେ । ପରିବାରର 13 ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ । ଯାହାମଧ୍ୟରେ ଜଣେ 7 ବର୍ଷୀୟ ଛୋଟ ଝିଅ ମଧ୍ୟ ଥିଲା । ମାତ୍ର ସଚେତନତା ଓ ଘରେ ରହି ଉପଯୁକ୍ତ ଚିକିତ୍ସା ନେବା ପରେ ସମସ୍ତ ସଂକ୍ରମିତ କୋରୋନାକୁ ମାତ୍ ଦେଇଛନ୍ତି । ସେହି ପରିବାରର ସମସ୍ତ ସଦସ୍ୟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ।

ଏହି ଘଟଣାଟି ହେଉଛି ଉତ୍ତର କନ୍ନଡ ଜିଲ୍ଲା ଅନ୍ତର୍ଗତ ସିଦାର ତାଲୁକ ଅଞ୍ଚଳର । ଦତ୍ତାତ୍ରେୟ ବୀରା ଗୋୱଡା ନାମକ ଜଣେ କୃଷକଙ୍କ ପରିବାରରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିଲା । ସେହି ସମୟରେ ପରିବାର କିଛି ସଦସ୍ୟଙ୍କୁ ଜ୍ବର ହୋଇଥିଲା । ମାତ୍ର ବିବାହ ପ୍ରସ୍ତୁତି ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ । କିନ୍ତୁ କିଛି ଦିନ ପରେ ମଧ୍ୟ ଜ୍ବର କମି ନଥିଲା । ଫଳରେ ତିନି ସଦସ୍ୟ ନିଜର କୋଭିଡ ଟେଷ୍ଟ କରାଇଥିଲେ ଏବଂ ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ପରେ ପରିବାରର ସମସ୍ତ ସଦସ୍ୟ ନିଜର ଟେଷ୍ଟ କରିଥିଲେ । ସମସ୍ତେ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଥିଲେ । ଏହାପରେ ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ରହି ମେଡିସିନ ଖାଇ ଚିକିତ୍ସିତ ହୋଇଥିଲେ । ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟ କୋରୋନା ମୁକ୍ତ ଅଟନ୍ତି । ବଡ କଥା ହେଉଛି, ସେମାନେ ସମସ୍ତେ ଗୋଟିଏ ସପ୍ତାହ ମଧ୍ୟ ସୁସ୍ଥ ହୋଇପାରିଛନ୍ତି । ଆଜି(ଗୁରୁବାର) ଅନୁଷ୍ଠିତ ହେବାକୁ ଥିବା ବିବାହ ମଧ୍ୟ ସ୍ଥଗିତ ରଖାଯାଇଛି ।

ଏହି ଘଟଣା ପରେ ସ୍ପଷ୍ଟ ହେଉଛି, କୋରୋନାକୁ ଡରିବାର ଆବଶ୍ୟକତା ନାହିଁ । ଯଦି ଆପଣଙ୍କ ନିକଟରେ ଥଣ୍ଡା, କାଶ ଓ ଜ୍ବର ଭଳି କିଛି କୋରୋନା ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ ଏବଂ ସଚେତନ ରୁହନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.