ଚେନ୍ନାଇ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ(IIT Madras)ରେ ମାଡୁଛି କୋରୋନା । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି(ଶନିବାର) ଆଉ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 196ରେ ପହଞ୍ଚିଛି ।
ସୂଚନା ଅନୁସାରେ,ଗତ ବୁଧବାର ଦିନ ଆଇଆଇଟି ମାଡ୍ରାସରେ କ୍ୟାମ୍ପସରେ 111 କୋରୋନା ପିଜିଟିଭ କେସ ଚିହ୍ନଟ ହୋଇଥିଲା । ପରେ ଶୁକ୍ରବାର ଦିନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସରେ ଆଉ କିଛି କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ଆଉ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ।
ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏପର୍ଯ୍ୟନ୍ତ ଆଇଆଇଟି ମାଡ୍ରାସ ବନ୍ଦ ହୋଇନାହିଁ । ରାଜ୍ୟ ସରକାର ଓ କ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ଯେପରି କ୍ୟାମ୍ପସରୁ କୋରୋନା ଆଉ କାହାକୁ ନ ବ୍ୟାପେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଭୟଭୀତ ହେବାର ନାହିଁ ବୋଲି କହିଛି ସ୍ବାସ୍ଥ୍ୟ ସଚିବ ।