ETV Bharat / bharat

ଗୁଡି ଉଡାଇବା ହେଲା କାଳ, ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନାବାଳକ ମୃତ - ଗୁଡି ଉଡା ଅଘଟଣ

ଛାତ ଉପରେ ଗୁଡି ଉଡାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନାବାଳକ ମୃତ । ଅଧିକ ପଢନ୍ତୁ

ବିଦ୍ୟୁତ ତାର ସଂସ୍ପର୍ଷରେ ଆଜି ନାବାଳକ ମୃତ
ବିଦ୍ୟୁତ ତାର ସଂସ୍ପର୍ଷରେ ଆଜି ନାବାଳକ ମୃତ
author img

By

Published : Jan 18, 2023, 10:32 PM IST

ହାଇଦ୍ରାବାଦ: ବେଙ୍ଗାଲୁରୁରେ ଗୁଡି ଉଡାଇବା ବେଳେ ଅଘଟଣ । ଛାତ ଉପରେ ଗୁଡି ଉଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଷରେ ଜଣେ 12 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ନାବାଳକଟି ନିଜ ଘରର ଛାତ ଉପରେ ଗୁଡି ଉଡାଉଥିବା ବେଳେ ନିକଟରେ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଛି । ସୋମବାର ସହରର ଆରଟି ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଚାମୁଣ୍ଡି ନଗରର ବିଶ୍ୱସରାୟା ଲେ-ଆଉଟ ଅଞ୍ଚଳରେ ଏହି ଅଘଟଣ ଘଟିଛି । ପ୍ରାଣ ହରାଇଥିବା ନାବାଳକ 12 ବର୍ଷୀୟ ଅବୁବକର ବୋଲି ଚିହ୍ନଟ ହୋଇଛି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅବୁବକର ଛାତ ଉପରେ ଗୁଡି ଉଡାଉଥିଲା । ଛାତ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସିବା ଯୋଗୁ ତାକୁ ବିଦ୍ୟୁତ ଆଘାତ ଲାଗିଥିଲା । ତାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ପରେ ମୃତ ନାବାଳକର ପରିବାର ପୋଲିସକୁ ଅବଗତ କରିନାହାନ୍ତି । ଅନ୍ୟପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଆରଟି ନଗର ପୋଲିସ କହିଛି, ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବେ ପରେ ଏକ ମାମଲା ରୁଜୁ ହେବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘର ନିକଟରୁ କେତେ ଦୂରରେ ବିଦ୍ୟୁତ ତାର ଯାଇଥିଲା ଓ ସେହି କ୍ଷମତାର ତାର ଯିବା ପାଇଁ ତାହା ଉପଯୁକ୍ତ ଦୂରତା କି ନୁହେଁ ତାହା ମଧ୍ୟ ତଦନ୍ତ ପରିସରକୁ ଆସିବ । ତେବେ ମକର ସଂକ୍ରାନ୍ତି ଅବସରରେ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଗୁଡି ଉଡା ପରମ୍ପରା ରହିଛି । ସହରାଞ୍ଚଳରେ ଲେକେ ଛାତ ଉପରେ ଗୁଡି ଉଡାଇଥାନ୍ତି । କେବେ କାନ୍ଥ ନଥିବା ଅସୁରକ୍ଷିତ ଛାତ ତ, କେବେ ଅସାବଧାନତାଃ ଯୋଗୁ ଗୁଡି ଉଡା ଅଘଟଣ ଖବର ବିଭିନ୍ନ ସ୍ଥାନରୁ ଆସିଥାଏ ।

ସେହିପରି ଗୁଡି ଉଡା ବେଳେ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମଧ୍ୟ କିଛି ସ୍ଥାନରେ ଅଘଟଣ ଘଟେ । ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାରରେ ମଧ୍ୟ କିଛି ସ୍ଥାନରେ ମୃତାହତ ନେଇ ନଜିର ରହିଛି । ପୋଲିସ ଓ ପ୍ରଶାସନ ସମସ୍ତ ଦିଗକୁ ନେଇ ସଚେତନତା ସୃଷ୍ଟି କରୁଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ଏପରି ଅଘଟଣ ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ କ୍ରମାଗତ ଦେଖବାକୁ ମିଳିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.