ETV Bharat / bharat

ଗୋଟିଏ ଦିନରେ 12,286 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Mar 2, 2021, 11:46 AM IST

ଦେଶରେ ସଂକ୍ରମଣ ସଂଖ୍ୟା ପ୍ରତ୍ୟେକ ଦି 10 ହଜାରରୁ ଉର୍ଦ୍ଧ୍ବ ରେକର୍ଡ ହେଉଥିବାବେଳେ, 100ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରୁଛନ୍ତି। ଅଧିକ ପଢନ୍ତୁ...

ଗୋଟିଏ ଦିନରେ 12,286 ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇଛନ୍ତି 12,464

ନୂଆଦିଲ୍ଲୀ: ଦେଶରେ ପୁଣି କଡ ଲେଉଟାଉଛି କୋରୋନା ସଂକ୍ରମଣ। ପୂର୍ବ ଅପେକ୍ଷା ପୁଣି ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଯାହା ଏବେ 1 କୋଟି 12 ଲକ୍ଷ ଅଭିମୁଖେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତ 24 ଘଣ୍ଟାରେ 12 ହଜାର 286 ଟି ନୂଆ ପଜିଟିଭ ରିପୋର୍ଟ ହୋଇଥିବାବେଳେ, 91 ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଗୋଟିଏ ଦିନରେ 12 ହଜାର 464 ଜଣ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି।

ତେବେ ନୂଆ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 11 ଲକ୍ଷ 24 ହଜାରକୁ 527 କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ 1 କୋଟି 07 ଲକ୍ଷ 98 ହଜାର 921ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ 1 ଲକ୍ଷ 57 ହଜାର 248 ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିବାବେଳେ, ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 68 ହଜାର 358 ଜଣ ଚିକିତ୍ସାଧୀନ ଅଛନ୍ତି। ଏବେ ସୁଦ୍ଧା ମୋଟ 1 କୋଟି 48 ଲକ୍ଷ 54 ହଜାର 136 ଜଣ ଟିକା ନେଇ ସାରିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.