ଲକ୍ଷ୍ନୌ: କାନପୁରର ଦେହାତରୁ ସାମ୍ନାକୁ ଆସିଛି ଛାତିଥରା ଖବର । 12 ବର୍ଷର ନାବାଳିକାକୁ ଅପହରଣ କରି ଜିଅନ୍ତା ଜଳାଇଦେବା ଘଟଣା କାନପୁର ସମେତ ସାରା ରାଜ୍ୟରେ ସୃଷ୍ଟି କରିଛି ଚାଞ୍ଚଲ୍ୟ ।
ଘରଠୁ 200 ମିଟର ଦୂର ଏକ ପିଜୁଳି ବଗିଚାରୁ ମିଳିଛି ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ । ନାବାଳିକାର ଶରୀରରେ କୌଣସି କପଡା ମଧ୍ୟ ନଥିଲା ।
ଏଡିଜି ଓ ଆଇଜି ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛନ୍ତି । ଦୁଷ୍କର୍ମ ପରେ ନାବାଳିକାର ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ତଦନ୍ତ ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରାଉଚୁରା ଜାରି ରଖିଛି ।