ଚେନ୍ନାଇ: ତାମିଲନାଡ଼ୁ ଭୁବନାଗିରି ଅଞ୍ଚଳରେ ଥିବା ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି ଅଘଟଣ (11th Grade Girl gave birth to child) । ସ୍କୁଲ ଶୌଚାଳୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ବୁଦା ମୂଳେ ନାବାଳିକା ଛାତ୍ରୀ ଜଣକ ଫିଙ୍ଗିଥିବା ଜଣାପଡ଼ିଛି । ଏଥିରେ ନବଜାତର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଏହାର ମୃତଦେହକୁ ଉଦ୍ଧାର କରିଛି । ତେବେ ଏହି ଘଟଣାରେ ପୋଲିସ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଉକ୍ତ ସ୍କୁଲର 10th Grade ଛାତ୍ରଙ୍କ ପାଇଁ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିଛି ।
ଭୁବନଗିରି ଅଞ୍ଚଳରେ ଥିବା ସ୍କୁଲରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପାଠ ପଢନ୍ତି । ସ୍କୁଲର ଶୌଚାଳୟ ନିକଟରେ ଅମ୍ବିଲିକାଲ କର୍ଡ ଲାଗିଥିବା ଏକ ନବଜାତ ଶିଶୁକୁ ଜଣେ ଛାତ୍ରୀ ଦେଖିବାକୁ ପାଇଥିଲା । ଏହାପରେ ସେ ବିଦ୍ୟାଲୟର ପ୍ରଧାନ ଶିକ୍ଷକଙ୍କୁ ଖବର ଦେଇଥିଲା । ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଲରେ ଇନ୍ସପେକ୍ଟର ସରସ୍ବତୀ ଓ ସବ ଇନ୍ସପେକ୍ଟର ସନ୍ତୋଷ ପହଞ୍ଚିଥିଲେ । ପୋଲିସ ନବଜାତର ମୃତଦହକୁ ଜବତ କରି ବ୍ୟବଚ୍ଛଦେ ପାଇଁ ପଠାଇଛି । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଏହା ବି ପଢନ୍ତୁ- ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ: ଟ୍ରାକ୍ଟରରେ ଅଫିସ୍ ପହଞ୍ଚିଲେ ଆଇଟି କର୍ମଚାରୀ
ତଦନ୍ତରୁ ଜଣାପଡିଛି ଯେ ଏକାଦଶ ଶ୍ରେଣୀର ଛାତ୍ରୀ ଏହି ନବଜାତକୁ ଜନ୍ମ ଦେଇଛି । ଛାତ୍ରୀ ଜଣକ ଶୌଚାଳୟରେ ଶିଶୁକୁ ଜନ୍ମ ଦେବା ପରେ ବୁଦା ମୂଳେ ଫିଙ୍ଗି ଚାଲିଯାଇଥିଲା । ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପାଇଁ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ପୋଲିସ ଉକ୍ତ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ଅଭିଯୋଗ ଆସିନି । ସେମାନେ ୧୮ ବର୍ଷରୁ କମ ବୟସର ହୋଇଥିବା ମୃତ ନବଜାତକୁ ନ୍ୟାୟ ଦେବା ଲାଗି ପୋଲିସ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାକୁ ନେଇ ଚିନ୍ତାରେ ଥିବା ଜଣାପଡିଛି ।
ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଛାତ୍ରୀଟି ଗର୍ଭବତୀ ଥିବା ସମ୍ପର୍କରେ କେହି ଜାଣିପାରିଲେ ନାହିଁ କିପରି ? ସେ ଗର୍ଭବତୀ ଥାଇ କିପରି ବିଦ୍ୟାଳୟକୁ କିପରି ଆସିଲା ଏବଂ ଶୌଚାଳୟ ମଧ୍ୟରେ କିପରି ବିପଦପୂର୍ଣ୍ଣ ଭାବେ ନବଜାତକୁ ଜନ୍ମ ଦେଲା ସେ ନେଇ ପ୍ରଶ୍ନ ଉଠିଛି । ପୋଲିସ ତଦନ୍ତ ଜାରି ରଖିଛି ।