ETV Bharat / bharat

କର୍ଣ୍ଣାଟକରେ 112 ଫୁଟ ବିଶିଷ୍ଟ ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

author img

By

Published : Jan 16, 2023, 4:21 PM IST

କର୍ଣ୍ଣାଟକର ଚିକ୍କାବଲ୍ଲପୁର ସ୍ଥିତ 112 ଫୁଟ ଉଚ୍ଚତା ବିଶିଷ୍ଟ ଆଦିଯୋଗୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ । ଅଧିକ ପଢ଼ନ୍ତୁ

Adiyogi Shiva statue unveiled
ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
112 ଫିଟ ବିଶିଷ୍ଟ ଆଦିଯୋଗୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବଲ୍ଲପୁର ଜିଲ୍ଲା ଇଶା ଯୋଗ କେନ୍ଦ୍ରର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ହୋଇଛି । ମକର ସଂକ୍ରାନ୍ତି ଉତ୍ସବ ଅବସରରେ ରବିବାର 112 ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଶାଳକାୟ ପ୍ରତିମୂର୍ତ୍ତିର ଉନ୍ମୋଚନ ହୋଇଛି । ସଦଗୁରୁ ଜଗ୍ମୀ ବାସୁଦେବ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକରଙ୍କ ଉପସ୍ଥିତିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଆଦିଯୋଗୀଙ୍କ ପ୍ରତିମା ଉନ୍ମୋଚନ କରିଛନ୍ତି ।

ଚିକ୍କବଲ୍ଲାପୁରସ୍ଥିତ ନନ୍ଦୀ ପର୍ବତ ପାଦଦେଶରେ ଅବସ୍ଥିତ 'ଇଶା ଫାଉଣ୍ଡେସନ' ପରିସରରେ ମକର ସଂକ୍ରାନ୍ତି ଅବସରରେ ଉକ୍ତ ପ୍ରତିମା ଉନ୍ମୋଚନ ହୋଇଛି । ଭାରତୀୟ କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାର ପ୍ରସାର ପାଇଁ ଏହା ନିର୍ମାଣ କରାଯାଇଛି । ପ୍ରତିମା ଉନ୍ମୋଚନ ସମାରୋହରେ କର୍ଣ୍ଣାଟକର ଜନପ୍ରିୟ ଲୋକନୃତ୍ୟ 'କମସାଲେ' ଓ 'ଡୋଲୁ କୁନିତା' ଦର୍ଶକଙ୍କ ମନ ମୋହିଥିଲା । ଏହାପରେ ଉପାସନା ଭାବେ କେରଳ କଳାକାରଙ୍କ ଦ୍ବାରା ପରିବେଶଣ ହୋଇଥିଲା 'ତେୟାମ୍' ଅଗ୍ନିନୃତ୍ୟ । 14 ମିନିଟର ଭିଡ଼ିଓ ସୋ 'ଆଦିଯୋଗୀ ଦିବ୍ୟ ଦର୍ଶନମ୍' ପ୍ରଦର୍ଶନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ସାମ୍ନାକୁ ଆସିଲା ଆଉ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ, ଋଷିକେଶ-ଯୋଶୀମଠ ମଧ୍ୟରେ ପ୍ରତି 1 କିମିରେ ଭୂସ୍ଖଳନ

ସୂଚନା ଥାଉକି, କର୍ଣ୍ଣାଟକର ଚିକ୍କାବଲ୍ଲପୁର ଜିଲ୍ଲା ଇଶା ଯୋଗ କେନ୍ଦ୍ରର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ପ୍ରତିମା ଅନାବରଣ ପାଇଁ ଗତ 13 ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଅନୁମତି ଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଗଛ ନକାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୂର୍ତ୍ତି ନିକଟରେ କୌଣସି କାର୍ଯ୍ୟ ନକରି ସ୍ଥିତାବସ୍ଥା ବଜାୟ ରଖିବାକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆଦିଯୋଗୀ ମୂର୍ତ୍ତି ଅନାବରଣକୁ ଅନୁମତି, କାଲି ଉପରାଷ୍ଟ୍ରପତି କରିବେ ଉଦଘାଟନ

ନିର୍ମାଣ କାର୍ଯ୍ୟ ଜଙ୍ଗଲ ଓ ଜମି ଅଧିଗ୍ରହଣ ସମ୍ପର୍କିତ ବିଭିନ୍ନ ନିୟମ ଓ ଆଇନର ଉଲ୍ଲଂଘନ କରୁଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏହାପୂର୍ବରୁ ଗତ ଜାନୁଆରୀ 11ରେ ଏହି ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଇଶା ଯୋଗ କେନ୍ଦ୍ର ଜମି ଅଧିଗ୍ରହଣ ସହ ଜଡ଼ିତ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏହି ମାମଲାକୁ କୋର୍ଟ ସ୍ଥଗିତ ରଖିଛନ୍ତି । ଆସନ୍ତା ଫେବୃୟାରୀ 2 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.