ETV Bharat / bharat

Sri Lanka crisis: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ନୂଆବର୍ଷ, 11ହଜାର ମେଟ୍ରିକ ଟନ ଚାଉଳ ପଠାଇଲା ଭାରତ

author img

By

Published : Apr 12, 2022, 4:34 PM IST

କଲମ୍ବୋରେ ପହଞ୍ଚିଲା ଭାରତ ପଠାଇଥିବା 11ହଜାର ମେଟ୍ରିକ ଟନ ଚାଉଳ । ମୋଟ 16 ମେଟ୍ରିକ ଟନ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି ଭାରତ । ଚଳିତ 13 ତାରିଖରେ ଶ୍ରୀଲଙ୍କା ପାଳିବ ନୂଆବର୍ଷ । ଅଧିକ ପଢନ୍ତୁ

Sri Lanka crisis: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ନୂଆବର୍ଷ, 11ହଜାର ମେଟ୍ରିକ ଟନ ଚାଉଳ ପଠାଇଲା ଭାରତ
Sri Lanka crisis: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ନୂଆବର୍ଷ, 11ହଜାର ମେଟ୍ରିକ ଟନ ଚାଉଳ ପଠାଇଲା ଭାରତ

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ନୂଆବର୍ଷ ପାଳିବାକୁ ଯାଉଛି ଶ୍ରୀଲଙ୍କା । ଏହାରି ମଧ୍ୟରେ ଭାରତ ପକ୍ଷରୁ 11 ହଜାର ମେଟ୍ରିକ ଟନ ଚାଉଳ କଲମ୍ବୋକୁ ପଠାଯାଇଛି । ଆଜି (ମଙ୍ଗଳବାର) ଚାଉଳ ବୋଝେଇ ଜାହାଜ କଲମ୍ବୋ ବନ୍ଦରରେ ପହଞ୍ଚି ଥିବା ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ 13 ତାରିଖରେ ଶ୍ରୀଲଙ୍କାରେ ପାରମ୍ପାରିକ ନବବର୍ଷ ଆରମ୍ଭ ହେବାକୁ ଯାଉଛି ।

ତେବେ ଚଳିତଥର ଭାରତ 11 ହଜାର ମେଟ୍ରିକ ଟନ ଚାଉଳ ପଠାଯାଇଥିବାବେଳେ ପୂର୍ବରୁ ମଧ୍ୟ ଏକାଧିକ ପର୍ଯ୍ୟାୟରେ ସହାୟତା ପ୍ରଦାନ କରାଯାଇଥିଲା । ମୋଟ 16 ହଜାର ମେଟ୍ରିକ ଟନର ଖାଦ୍ୟ ସାମଗ୍ରୀ ପଠାଯାଇ ଭାରତ ପକ୍ଷରୁ ପଠାଯାଇ ସାରିଲାଣି । ଶ୍ରୀଲଙ୍କାର ପଡୋଶୀ ରାଷ୍ଟ୍ର ଭାବେ ସଙ୍କଟ ଆରମ୍ଭ ହେବା ପର ଠାରୁ ଭାରତ ଖାଦ୍ୟ ସାମଗ୍ରୀ, ପରିବା, ଇନ୍ଧନ ଓ ଔଷଧ ପରି ଜରୁରୀ ସାମଗ୍ରୀ ସହାୟତା ଆକାରରେ ପଠାଇବା ଜାରି ରଖିଛି ।

ଶ୍ରୀଲଙ୍କାରେ ସର୍ବାଧିକ ଇନ୍ଧନର ଅଭାବ ଦେଖାଯାଉଥିବାବେଳେ ଯୋଗାଯୋଗ, ପରିବହନରେ ମଧ୍ୟ ଉତ୍କଟ ସମସ୍ୟା ଲାଗି ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଏକାଧିକ ପର୍ଯ୍ୟାୟରେ ମୋଟ 2,70,000 ମେଟ୍ରିକ ଟନ ଇନ୍ଧନ ପଠାଯାଇ ସାରିଲାଣି ଭାରତ ।

ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ଚଳିତ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ଆର୍ଥିକ ସଙ୍କଟ ଗତମାସରୁ ଉତ୍କଟ ରୂପ ଧାରଣ କରିଛି । ଜରୁରୀ ସାମଗ୍ରୀର ଉପଲବ୍ଧତା କମିବା ଫଳରେ ଦରଦାମ ମାହାଙ୍ଗା ହୋଇଛି । ଶକ୍ତି ଓ ଇନ୍ଧନ ପରିମାଣ ଅତି ମାତ୍ରାରେ ହ୍ରାସ ପାଇଛି । ଯୋଗାଯୋଗ ଓ ପରିବହନ ସମସ୍ୟା ମଧ୍ୟ ଚିନ୍ତା ବଢାଇଛି । ସମଗ୍ର ଦେଶରେ ପ୍ରତିବାଦ ଓ ଆନ୍ଦୋଳନ ସ୍ବରୂପ ରାଜନୈତିକ ଅସ୍ଥିରତା ମଧ୍ୟ ଲାଗି ରହିଛି । ଏସବୁ ମଧ୍ୟରେ ପଡୋଶୀ ଦେଶ ଭାବେ ନୈତିକ ସହାୟତା ଯୋଗାଇ ଚାଲିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.