ETV Bharat / bharat

Padma Award 2020: ସମ୍ମାନିତ ହେଲେ ୧୧ ବିଶିଷ୍ଟ ଓଡିଆ - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ୧୧ ଓଡିଆ । କିମ୍ବଦନ୍ତୀ ସାହିତ୍ୟିକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ମିଳିଲା ପଦ୍ମ ଭୂଷଣ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

Padma Award 2020: ୧୧ ଓଡିଆ ହେଲେ ସମ୍ମାନିତ
Padma Award 2020: ୧୧ ଓଡିଆ ହେଲେ ସମ୍ମାନିତ
author img

By

Published : Nov 8, 2021, 9:37 PM IST

ନୂଆଦିଲ୍ଲୀ: ଆଜି (ସୋମବାର) ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହ ଉତ୍ସବରେ ୨୦୨୦ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ମୋଟ 141 ଜଣ ପଦ୍ମ ପୁରସ୍କାର ଗ୍ରହଣ କରିଥିବାବେଳେ ୧୧ ଓଡିଆ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ବିଭିନ୍ନ ସାମାଜିକ କ୍ଷେତ୍ରରେ ନିଜର ବଳିଷ୍ଠ ତଥା ପ୍ରେରଣାଦାୟୀ ଅବଦାନ ପାଇଁ ଏହି ବିିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ।

କିମ୍ବଦନ୍ତୀ ସାହିତ୍ୟ ସାଧକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ

ଓଡିଆ ଓ ଇଂରାଜୀ ସାହିତ୍ୟରେ ନିଜ ସୃଜନଶୀଳତାର ବଳିଷ୍ଠ ଅବଦାନ ପାଇଁ କିମ୍ବଦନ୍ତୀ ସାହିତ୍ୟିକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ଏପ୍ରିଲ୍ 27ରେ 87 ବର୍ଷ ବୟସରେ ପୁଡୁଚେରୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ମନୋଜ । ମନୋଜ ପୂର୍ବରୁ 2001ରେ ପଦ୍ମଶ୍ରୀ ଏବଂ 2006ରେ ସାହିତ୍ୟ ଏକାଡେମୀ ପୁରସ୍କାର ଫେଲୋସିପ ମଧ୍ୟ ଗ୍ରହଣ କରିଥିଲେ ।

Padma Award 2020: ୧୧ ଓଡିଆ ହେଲେ ସମ୍ମାନିତ
Padma Award 2020: ୧୧ ଓଡିଆ ହେଲେ ସମ୍ମାନିତ

ସେହିପରି ଅନ୍ୟ ସମ୍ମାନିତ ବ୍ୟକ୍ତିତ୍ବଙ୍କ ମଧ୍ୟରେ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଡ. ଦମୟନ୍ତୀ ବେଶରା, କଳାରେ ଉତ୍ସବ ଚରଣ ଦାସ ଓ ମିତ୍ରଭାନୁ ଗାଉନ୍ତିଆଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ସେହିପରି ମନମୋହନ ମହାପାତ୍ରଙ୍କୁ ମଧ୍ୟ କଳାରେ ବିଶେଷ ଅବଦାନ ପାଇଁ ମରଣୋତ୍ତର ଭାବେ ପଦ୍ମଶ୍ରୀରେ ଭୂଷିତ କରାଯାଇଛି ।

ସେହିପରି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତି ସମ୍ମାନିତ ହୋଇଥିବାବେଳେ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ଜୈବିକ କୃଷି ଓ ପରିବେଶ ପାଇଁ ସମ୍ମାନିତ କରାଯାଇଛି । ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁ, ମେଡିସିନରେ ଡାକ୍ତର ଦିଗାମ୍ବର ବେହେରା, କଳା ଏବଂ ଶିକ୍ଷାରେ ଡ.ପ୍ରଶାନ୍ତ କୁମାର ପଟ୍ଟନାୟକ ଓ କଳାରେ ଗୁରୁ ଶସଧର ଆଚାର୍ଯ୍ୟଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ଡ.ଦମୟନ୍ତୀ ବଶରା ଉଭୟ ଓଡିଆ ଏବଂ ସାନ୍ତାଳୀ ସାହିତ୍ୟରେ ତାଙ୍କର ଅବଦାନ ପାଇଁ ପୂର୍ବରୁ ମଧ୍ୟ ଅନେକ ଜାତୀୟ ପୁରସ୍କାର ଏବଂ ସମ୍ମାନ ଗ୍ରହଣ କରିଥିବାବେଳେ ୨୦୨୦ ରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିଲେ । ସେହିପରି ବାଟ ବାବୁ ଭାବେ ଜଣାଶୁଣା ବଟକୃଷ୍ଣ ସାହୁ ଜଣେ ସଫଳ ମତ୍ସ୍ୟଚାଷୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହିପରି ଗୁରୁ ଶସଧର ଆଚାର୍ଯ୍ୟ ଜଣେ ନୃତ୍ୟ ଗୁରୁ ଭାବେ ବେଶ ପ୍ରତିଷ୍ଠିତ । ବିଶେଷ ଭାବେ ଛଉ ନୃତ୍ୟରେ ପାରଦର୍ଶିତା ହାସଲ କରିଥିବା ଗୁରୁ ଆଚାର୍ଯ୍ୟ ଛଉ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ।

ପଦ୍ମଶ୍ରୀ ରାଧାମୋହନ ପରିବେଶ ଏବଂ ଲିଙ୍ଗଗତ ସମସ୍ୟା ପାଇଁ ସମର୍ପିତ ଏକ ସଂଗଠନର ପ୍ରତିଷ୍ଠାତା ଥିଲେ। ସେହିପରି ପରିବେଶ ଓ ଜୈବିକ କୃଷି ପାଇଁ ମଧ୍ୟ ସେ ଉଲ୍ଲେଖନୀୟ ସଫଳତା ପାଇଥିଲେ । ପ୍ରଫେସର ରାଧାମୋହନ ଓ ତଙ୍କ ଝିଅ ସାବରମତୀ ୨୦୨୦ରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ତେବେ ଚଳିତ ବର୍ଷ ପ୍ରଫେସର ରାଧାମୋହନଙ୍କ ଦେହାନ୍ତ ହୋଇଯାଇଥିବାବେଳେ ତାଙ୍କ ଧର୍ମପତ୍ନୀ ଓ ଝିଅ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଏହି ସମ୍ମାନ ୨୦୨୦ରେ ପ୍ରଦାନ ହେବାକୁ ଥିବାବେଳେ କୋରୋନା ସଂକ୍ରମଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ଷ 2020 ପାଇଁ 141 ଜଣ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ସେଥିମଧ୍ୟରୁ ୭ ଜଣ ପଦ୍ମ ବିଭୂଷଣ, 16 ଜଣଙ୍କୁ ପଦ୍ମ ଭୂଷଣ ଏବଂ 118 ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଛି। ତେବେ ତାଲିକାରେ ୩୪ ମହିଳା ଥିବାବେଳେ 18 ଜଣ ବିଦେଶୀ ନାଗରିକଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି 12 ଜଣ ମରଣୋତ୍ତର ଭାବେ ଏହି ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.