ETV Bharat / bharat

ପେଟରେ ଲୁଚାଇ ରଖିଥିଲେ 11 କୋଟିର କୋକେନ, ନାଇଜେରିଆ ଯୁବକ ଗିରଫ - ନାଇଜେରିଆ ଯୁବକ ଗିରଫ

ନାଇଜେରିଆ ଯୁବକଙ୍କ ପେଟରୁ 11 କୋଟିର କୋକେନ ଜବତ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କାବୁ କଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Cocaine hidden in the stomach
Cocaine hidden in the stomach
author img

By

Published : May 16, 2023, 2:16 PM IST

ବେଙ୍ଗାଲୁରୁ: କୋକେନ ଚୋରାଚାଲାଣ ପାଇଁ ବିମାନରେ ଯାତ୍ରା କରୁଥିଲେ ଯୁବକ । ପେଟରେ କୋକେନ ରଖି ବିମାନରେ ଯାତ୍ରା କରୁଥିବା ବେଳେ ପୋଲିସ ହାତରେ ଧରିପଡିଲେ ଆଫ୍ରିକୀୟ ଦେଶର ଯୁବକ । ତାଙ୍କ ପେଟରୁ ଏକ କେଜି କୋକେନ ଜବତ କଲେ ଡିଆରଆଇ ଅଧିକାରୀ । ଯାହାର ମୂଲ୍ୟ 11 କୋଟି ଟଙ୍କା ହେବ ବୋଲି ଜଣାପଡିଛି । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯୁବକଙ୍କୁ ଗିରଫ କରାଯାଇଛି । ଜବତ କୋକେନକୁ ଅଭିଯୁକ୍ତ ଜଣଙ୍କ ନିଜ ପେଟରେ 64 କ୍ୟାପସୁଲ ଆକାରରେ ଗିଳି ଦେଇ ଆସିଥିଲା । ଅଭିଯୁକ୍ତ ଜଣଙ୍କ ନାଇଜେରିଆର ନାଗରିକ ହୋଇଥିବା ସୂଚନା ।

ଚୋରା ଚାଲାଣକାରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିଥାନ୍ତି । ବିଶେଷ କରି ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରିଥାଆନ୍ତି । ଏହି କ୍ରମରେ, ଚିକିତ୍ସା ଭିସାରେ ଭାରତ ଆସୁଥିବା ନାଇଜେରିଆ ନାଗରିକଙ୍କୁ ଡିଆରଆଇ ଅଧିକାରୀମାନେ ସନ୍ଦେହ କରିଥିଲେ । ସେ ଇଥିଓପିଆର ଏୟାରଲାଇନ୍ସର ବିମାନରେ ବେଙ୍ଗାଲୁରୁକୁ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ 28 ଏପ୍ରିଲରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ ।

ବିମାନ ବନ୍ଦରରେ ଓହ୍ଳାଇବା ପରେ ଉପସ୍ଥିତ ଥିବା ଡିଆରଆଇ ଅଧିକାରୀମାନେତାଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲେ । କିନ୍ତୁ ପଚରାଉଚରା ସମୟରେ ତାଙ୍କୁ ଖାଇବା ବା ପିଇବାକୁ ଦିଆଗଲା ସେ ମନା କରିଦେଇଥିଲେ । ଯାହାକୁ ନାଇଜେରିଆର ନାଗରିକଙ୍କ ଉପରେ ଡିଆରଆଇ ଅଧିକାରୀଙ୍କ ସନ୍ଦେହ ବଢିଥିଲା। ଏକ୍ସରେ କରିବା ପରେ ଯୁବକଙ୍କ ପେଟରେ ଏକ କେଜିର କୋକେନ ଥିବା ଜଣା ପଡିଥିଲା। ଏହାପରେ କୋକେନକୁ ଅଭିଯୁକ୍ତଙ୍କ ପେଟରୁ ସୁରକ୍ଷିତ ଭାବେ ବାହର କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେଣ୍ଟ୍ରାଲ ଜେଲରେ ରହିଛି ଅଭିଯୁକ୍ତ ଜଣକ ।

ଗତ ଫେବୃଆରୀ 22 ତାରିଖରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିପୁଳ ପରିମାଣର କୋକେନ ଜବତ ହୋଇଥିଲା । ଜବତ କୋକେନର ଓଜନ 3,360 ଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ 33 କୋଟିରୁ ଉର୍ଦ୍ଧ୍ବ ରହିଥିଲା । ଛୋଟଛୋଟ ସାବୁନ ଖୋଳରେ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିବା ବେଳେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟଚାଲାଣକାରୀକୁ ମାଡି ବସିଥିଲା । ଅଭିଯୁକ୍ତ ଜଣକ ଭାରତୀୟ ନାଗରିକ ଏବଂ ସେ ଆଡିସ୍ ଆବାବାରୁ ଇଥୋପିଆନ ବିମାନରେ ମୁମ୍ବାଇ ଆସିଥିଲେ ବୋଲି ଜଣାପଡିଥିଲା। କିଛି ମାସ ପୂର୍ବେ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଦ୍ବାରା ଚଢାଉ କରାଯାଇ 80 କୋଟି ଟଙ୍କାର 8 କେଜି କୋକେନ ଜବତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.