ETV Bharat / bharat

ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରୁ 103 କୋରୋନା ପଜିଟିଭ

ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରୁ ମିଳିଲା 109 ଜଣଙ୍କ ନମୂନା ପଜିଟିଭ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରୁ 103 କୋରୋନା ପଜିଟିଭ
ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରୁ 103 ପଜିଟିଭି , ଅନ୍ୟମାନଙ୍କୁ 14 ଦିନିଆ ସଂଗରୋଧ ପରାମର୍ଶ
author img

By

Published : Feb 16, 2021, 5:29 PM IST

ବେଙ୍ଗାଲୁରୁ: ଏକ ଆପାର୍ଟମେଣ୍ଟରୁ ଏକକାଳୀନ ଚିହ୍ନଟ ହୋଇଛନ୍ତି 130 କୋଭିଡ ଆକ୍ରାନ୍ତ । ସହରର ବୋମନାହାଲୀରେ ଥିବା ଏସଏନଏନ ରାଜ ଆପାର୍ଟମେଣ୍ଟରେ ରହୁଥିବା ବ୍ୟକ୍ତିଙ୍କ ପାଖରେ ଏକକାଳୀନ 103 ଜଣଙ୍କ ପାଖରେ କୋଭିଡ ଭାଇରସ ମିଳିବାପରେ ଆପାର୍ଟମେଣ୍ଟରେ ଏବେ ଭୟର ବାତାବରଣ ଦେଖାଦେଇଛି । ଗତକାଲି 36 ଜଣଙ୍କ ଠାରୁ ସଂଗୃହିତ ନମୂନାରେ ଭାଇରସ ମିଳିବା ପରେ ଆଜି ଆଉ 67 ଜଣଙ୍କ ନମୂନାରେ କୋଭିଡ ଭାଇରସ ଥିବା ଜଣାପଡିଛି ।

ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ବ୍ୟକ୍ତିମାନଙ୍କୁ 14 ଦିନିଆ ସଂଗରୋଧରେ ରହିବାପାଇଁ ପରାମର୍ଶ ଦିଆଯାଇଛି । ମିଳିଥିବା ତଥ୍ୟ ଆଧାରରେ ଉକ୍ତ ଆପାର୍ଟମେଣ୍ଟରେ ପ୍ରାୟ 15 ଶହ ଲୋକ ବାସ କରୁଥିବା ଜଣାପଡିଛି ଯାହା ଚିନ୍ତାର କରାଣ ହୋଇଛି । ସବୁଠୁ ବଡ ଚିନ୍ତାର ବିଷୟ ହେଉଛି ଯେ ଚିହ୍ନଟ ହେଇଥିବା ଆକ୍ରନ୍ତଙ୍କ ମଧ୍ୟରେ 96 ଜଣ 50 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ରହିଖିବାବେଳେ 43 ଜଣ ଆକ୍ରାନ୍ତ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତଥିବା ଜଣାପଡିଛି । ଯାହା ସାଧାରଣରେ ଚିନ୍ତାର କାରଣ ହୋଇଛି ।

ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା 15ଶହ ବ୍ୟକ୍ତିଙ୍କ ମଧ୍ୟରୁ 500 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ 1000 ଜଣ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ହୋଇନଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆଶଙ୍କାକୁ ବଢାଇ ଦେଇଛି । ଯେଉଁମାନଙ୍କ ମଧ୍ୟରେ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କ ଠାରୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.