ETV Bharat / bharat

ଯୋଗୀ ସରକାରଙ୍କ କ୍ରାଇମ କଣ୍ଟ୍ରୋଲ: ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର, ଟଳିଛନ୍ତି ୬୩ ଅପରାଧି - ମେଟରେ ସବୁଠୁ ଅଧିକ ଏନକାଉଣ୍ଟର

ଅପରାଧିଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଯୋଗୀ ସରକାର ତଥ୍ୟ ଜାରି କରିଛନ୍ତି । ଗତ ୬ ବର୍ଷରେ ୟୁପିରେ ୧୦ ହଜାରରୁ ଅଧିକ ଏନକାଉଣ୍ଟର ହୋଇଛି ।

ୟୁପିରେ ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର
ୟୁପିରେ ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର
author img

By

Published : Mar 17, 2023, 11:55 AM IST

ଲକ୍ଷ୍ନୌ: ମାଫିଆ ଓ ବଦମାସ୍‌ଙ୍କ ପ୍ରତି ଯୋଗୀ ସରକାରଙ୍କ ଜିରୋ ଟଲରାନ୍ସ ନୀତି । ବିଗତ ୬ ବର୍ଷରେ ୧୦ ହଜାରରୁ ଅଧିକ ଏନକାଉଣ୍ଟରରେ ସାବାଡ଼ ହୋଇଛନ୍ତି ହଜାର ହଜାର ଅପରାଧି । ୬ ବର୍ଷ ମଧ୍ୟରେ ପୋଲିସ ଓ ଅପରାଧିଙ୍କ ମଧ୍ୟରେ ୧୦ ହଜାର ଅଧିକ ଥର ଗୁଳି ବିନିମୟ ହୋଇଛି । ଏଥିରେ ମୋଟ ୬୩ ଜଣ କୁଖ୍ୟାତ ଅପରାଧି ନିପାତ ହୋଇଥିବାବେଳେ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ୟୁପିରେ ଅପରାଧିଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗତକାଲି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାରେ ଏକଥା ଦାବି କରାଯାଇଛି ।

ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ୨୦୧୭ରେ ଯୋଗୀ ରାଜ୍ ଆରମ୍ଭ ପର ଠାରୁ ସବୁଠୁ ଅଧିକ ଏନକାଉଣ୍ଟର ମେରଟରେ ହୋଇଛି । ୩,୧୫୨ ଏନକାଉଣ୍ଟର ସହ ଶୀର୍ଷରେ ରହିଛି ମେରଟ । ଏଠାରେ ପୋଲିସ ଗୁଳିରେ ଅନେକ ଅପରାଧିଙ୍କ ମୃତ୍ୟୁ ଘଟିଥିବାବେଳେ ୧,୭୦୮ ଆହତ ହୋଇଛନ୍ତି । ଅପରାଧିଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଏହାସହିତ ୪୦୧ ଜଣ ପୋଲିସ ଆହତ ହୋଇଛନ୍ତି ।

ୟୁପି ପୋଲିସର କାର୍ଯ୍ୟାନୁଷ୍ଠାନରେ ଗତ ୬ ବର୍ଷରେ ମୋଟ ୫,୯୬୭ ଅପରାଧି ଧରାପଡିଛନ୍ତି ଓ ୬୩ ଜଣ ନିପାତ ହୋଇଛନ୍ତି । ୧,୮୪୪ଟି ଏନକାଣ୍ଟରରେ ୪୬୫୪ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ଗୁଳିରେ ୧୪ ଜଣ କୁଖ୍ୟାତ ଅପରାଧିଙ୍କ ମୃତ୍ୟୁ ହୋଇଛି । ବରେଲିରେ ମୋଟ ୧,୪୯୭ଟି ଏନକାଉଣ୍ଟରରେ ୭ ଜଣ ଅପରାଧି ସଫା ହୋଇଥିବାବେଳେ ୩୪୧୦ ଜଣଙ୍କୁ ଗିରଫ କରାଯାଇଛି । ବରେଲି ଏନକାଉଣ୍ଟରରେ ୪୩୭ ଅପରାଧି ଆହତ ହୋଇଛନ୍ତି । ଏହି ଅପରାଧ ଦମନ ଅଭିଯାନରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବାବେଳେ ୪୩୭ ଆହତ ହୋଇଥିଲେ ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାସନ ଡୋରି ଧରିବା ଦିନଠାରୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆସିଛି । ଯୋଗୀ ସରକାର ମାଫିଆ ଏବଂ ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇ ଆଇନ ବ୍ୟବସ୍ଥାକୁ ମଜବୁତ କରିଛନ୍ତି । ବିଗତ ୬ ବର୍ଷରେ ୧୦ ହଜାରରୁ ଅଧିକ ଏନକାଉଣ୍ଟର କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଆଇଏସ-୨୩ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ନିବେଶକ ୟୁପିର କାନୁନ ବ୍ୟବସ୍ଥାର ପ୍ରଶଂସା କରିଥିଲେ । ୟୁପି ପୋଲିସ ଅପରାଧ ଉପରେ ଅଙ୍କୁଶ ଲଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.