ETV Bharat / bharat

10 କାଉନସିଲରଙ୍କୁ କିଣିବା ପାଇଁ 100କୋଟିର ଅଫର, BJP ବିରୋଧରେ AAPର ସଙ୍ଗୀନ ଅଭିଯୋଗ - ବିଜେପିକୁ ଆପକୁ ଟାର୍ଗେଟ

ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ପରାଜୟ ପରେ ବିଜେପି କରୁଛି ଘୋଡା ବେପାର ପ୍ରୟାସ । 10 କାଉନସିଲରଙ୍କୁ କିଣିବା ପାଇଁ 100 କୋଟିର ପ୍ରଲୋଭନ ନେଇ ଅଭିଯୋଗ କଲେ ଆପ ନେତା ସଞ୍ଜୟ ସିଂ(AAPs Claimed Against BJP) । ଅଧିକ ପଢନ୍ତୁ

10 କାଉନସିଲରଙ୍କୁ କିଣିବା ପାଇଁ 100 କୋଟିର ପ୍ରଲୋଭନ, BJP ବିରୋଧରେ AAPର ଅଭିଯୋଗ

author img

By

Published : Dec 10, 2022, 9:50 PM IST

ହାଇଦ୍ରାବାଦ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବହୁମତ ପାଇ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବାରେ ସଫଳ ହୋଇଛି ଆମ ଆଦମୀ ପାର୍ଟି (AAPs Claimed Against BJP)। ହେଲେ ଆମ ଆଦମୀ ପାର୍ଟିର କାଉନସିଲରଙ୍କୁ କିଣିବା ପାଇଁ ଘୋଡା ବେପାର ପ୍ରୟାସ କରୁଛି ଭାରତୀୟ ଜନତା ପାର୍ଟି । ଏପରିକି 10 କାଉନସିଲରଙ୍କୁ କିଣିବା ପାଇଁ ପ୍ରାୟ 100 କୋଟିର ପ୍ରଲୋଭନ ଆସିଥିବା ଅଭିଯୋଗ କରିଛନ୍ତି ଆପର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ।

ଆଜି ଏକ ପ୍ରେସମିଟରେ ସଞ୍ଜୟ ଅଭିଯୋଗ କରିଛନ୍ତି, ଫଳାଫଳ ପରେ ବିଜେପି ତାର କିଣାବିକା ଖେଳ ଆରମ୍ଭ କରିସାରିଛି (100 Crore To Buy 10 Delhi councillors )। କାଉନସିଲରଙ୍କୁ କିଣିବା ପାଇଁ ପ୍ରୟାସ ଆରମ୍ଭ କରିସାରିଛି ଭାରତୀୟ ଜନତା ପାର୍ଟି । ଏନେଇ 3 କାଉନସିଲର ପାର୍ଟିକୁ ଅବଗତ କରିଛନ୍ତି । ବିଜେପି ସଂଖ୍ୟା ବହୁମତ ଠାରୁ 30ସିଟ କମ ପାଇଛି । ସେହିପରି ସେମାନେ ଗତ ନିର୍ବାଚନ ଠାରୁ 80 ସିଟରେ ପରାଜିତ ହୋଇଛନ୍ତି । ତେବେ ଅର୍ଥବଳ ଓ କ୍ଷମତା ପ୍ରୟୋଗ କରି ବିଜେପି କାଉନସିଲ ଗଠନ କରିବା ପାଇଁ ଘୋଡା ବେପାର ଆରମ୍ଭ କରିଛି । 10 କାଉନସିଲରଙ୍କୁ କିଣିବା ପ୍ରାୟ 100 କୋଟିର ପ୍ରଲୋଭନ ମିଳିଥିବା ସଞ୍ଜୟ ଅଭିଯୋଗ କରିଛନ୍ତି ।

ବିଜେପି ଜନାଦେଶକୁ ଧ୍ବଂସ କରି ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ପ୍ରୟାସ କରୁଛି । ବହୁମତ ଠାରୁ ପ୍ରାୟ 30ସିଟ ପଛରେ ଥାଇ ମଧ୍ୟ ସେମାନେ ମେୟର ପଦବୀ ହାତେଇବେ ବୋଲି କହିବା ସେମାନଙ୍କ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି ବୋଲି ମଧ୍ୟ ସଞ୍ଜୟ କହିଛନ୍ତି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ମଧ୍ୟ ସେ ଦାବି କରିଛନ୍ତି ।

ଦିଲ୍ଲୀରେ ମୋଟ 250 ଆସନ ମଧ୍ୟରୁ 134 ଆସନ ଜିତିଛି ଆମ ଆଦମୀ ପାର୍ଟି । ଗତ 15 ବର୍ଷ ଧରି ଶାସନରେ ଥିବା ଭାରତୀୟ ଜନତା ପାର୍ଟି 104 ଆସନ ଜିତି ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି କଂଗ୍ରେସ ମାତ୍ର 9 ଆସନରେ ସୀମିତ ହେବାରେ ସନ୍ତୁଷ୍ଟ ହୋଇଛି । ଏହା ପରେ ଆମ ଆଦମୀ ପାର୍ଟି ବିଜେପି ଉପରେ ଏପରି ଅଭିଯୋଗ ଆଣିବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.