ETV Bharat / bharat

ବର୍ଷକ ଭିତରେ ଦିଲ୍ଲୀରୁ 3 ହଜାରରୁ ଊର୍ଦ୍ଧ୍ବ ଶିଶୁ ନିଖୋଜ

author img

By

Published : Dec 21, 2020, 11:22 AM IST

ଚଳିତ ବର୍ଷ ଦିଲ୍ଲୀ ଦକ୍ଷିଣ ଅଞ୍ଚଳରେ ଅତି କମରେ ପ୍ରାୟ 100ଜଣ ଶିଶୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ନେଇ ରବିବାର କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଅଧିକ ପଢନ୍ତୁ...

ଦେଶରେ ଶିଶୁ ନିଖୋଜ ଆତଙ୍କ
ଦେଶରେ ଶିଶୁ ନିଖୋଜ ଆତଙ୍କ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ଦେଖା ଦେଇଛି ଶିଶୁ ନିଖୋଜ ଆତଙ୍କ । ଚଳିତ ବର୍ଷ ଦିଲ୍ଲୀ ଦକ୍ଷିଣ ଅଞ୍ଚଳରେ ଅତି କମରେ ପ୍ରାୟ 100ଜଣ ଶିଶୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ନେଇ ରବିବାର କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ନିଖୋଜ ଥିବା ଶିଶୁମାନଙ୍କୁ ଆଣ୍ଟି ହ୍ୟୁମାନ ଟ୍ରାକିଂ ଦଳ ଦ୍ବାରା ଚିହ୍ନଟ କରାଯାଇଥିବା ସହ ସେମାନଙ୍କ ମଧ୍ୟରୁ 80ଜଣ ଶିଶୁଙ୍କ ବୟସ 18 ବର୍ଷରୁ କମ ହେବ ବୋଲି କହିଛି ଦକ୍ଷିଣ ଜିଲ୍ଲା ପୋଲିସ । ଏହି ନିଖୋଜ ପିଲାମାନଙ୍କୁ ଦିଲ୍ଲୀ,ବିହାର, ଉତ୍ତରପ୍ରଦେଶ, ଛତିଶଗଡ ଏବଂ ପଶ୍ଚିମବଙ୍ଗ ଭଳି ଅନ୍ୟ ରାଜ୍ୟରୁ ଚିହ୍ନଟ କରାଯାଇଛି । ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ରାଜ୍ୟରେ ଏହି ଶିଶୁଙ୍କ ନିଖୋଜ ରିପୋର୍ଟ ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା କହିଛନ୍ତି ପୋଲିସ ଡିସିପି ଅତୁଲ ଠାକୁର ।

ଏହି ନିଖୋଜ ଶିଶୁମାନଙ୍କୁ ଖୋଜିବାରେ ସବ୍-ଇନ୍ସପେକ୍ଟର ମହମ୍ମଦ ଶାଫିକ୍, ବିରେନ୍ଦର ଏବଂ ଏଏସଆଇ ଏମ ପି ସିଂ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 2020 ଜାନୁଆରୀରୁ ଅକ୍ଟୋବର ପର୍ଯ୍ୟନ୍ତ 3ହଜାର 507ଜଣ ଶିଶୁଙ୍କ ନିଖୋଜ ରିପୋର୍ଟ ଦାଖଲ ହୋଇଥିବା ବେଳେ 2ହଜାର 629ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଦିଲ୍ଲୀ ପୋଲିସ । 50ରୁ ଅଧିକ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ କନଷ୍ଟେବଳ କି ହେଡକନଷ୍ଟେବଳ ସହାଯ୍ୟ କରିଥିଲେ ସେମାନଙ୍କ ପଦନ୍ନୋତି ପାଇଁ ଦିଲ୍ଲୀ କମିସନର ପୋଲିସ ଏକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.