ନୂଆଦିଲ୍ଲୀ: ବିମାନରେ ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିଛି ଭାରତୀୟ ବାୟୁ ସେନା । ଆଜିଠାରୁ( ଗୁରୁବାର) ସାଧାରଣ ଲୋକଙ୍କ ପାଇଁ ବେଙ୍ଗାଲୁରୁର ଜାଲାହାଲି ବାୟୁ ସେନା ଷ୍ଟେସନରେ 100 ଶଯ୍ୟା ବିଶିଷ୍ଟ କୋଭିଡ ସ୍ବାସ୍ଥ୍ୟସେବା ଆରମ୍ଭ ହେବ ।
ଏହି ସେବା ବେଙ୍ଗାଲୁରୁ କମାଣ୍ଡ ହସ୍ପିଟାଲ ବାୟୁସେନାର ମେଡିକାଲ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛି ଭାରତୀୟ ବାୟୁ ସେନା । କୋରୋନା ସଂକ୍ରମଣ ବୃଦ୍ଧି ମାମଲାରେ ଭାଗିଦାରୀର ପ୍ରୟାସ କରି ଆଇଏଏଫର ଆଇଏଲ-76 ବିମାନ 350 ଅକ୍ସିଜେନ ସିଲିଣ୍ଡର ଆଣି ସିଙ୍ଗାପୁରରୁ ହିନ୍ଦନ ବିମାନବନ୍ଦରରେ ପହଞ୍ଚିଛି । ଏହା ସହ ବ୍ୟାଙ୍ଗକକରୁ ଅକ୍ସିଜେନ ସିଲିଣ୍ଡର ଆଣି ପାନଘର ବିମାନ ବନ୍ଦରରେ ପହଞ୍ଚିଛି ଆଇଏଲ-76 ବିମାନ ।
ଏହା ସହିତ ଆଇଏଏଫ ସି-17 ବିମାନ ପର୍ଥ, ଅଷ୍ଟ୍ରେଲିଆରୁ କ୍ରିୟୋଜେନିକ ଅକ୍ସିଜେନ କଣ୍ଟେନର ନେଇ ପାନାଘର ଏୟାରବେସରେ ପହଞ୍ଚିଛି । ଅମ୍ଳଜାନ ଉତ୍ପାଦନ ପାଇଁ ଆବଶ୍ୟକୀୟ ଉପକରଣ ନେଇ ଆଜି ସୁଲୁରରୁ ଏକ ବିମାନ ଦିଲ୍ଲୀରେ ପହଞ୍ଚିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ