ETV Bharat / bharat

୧୦ ବର୍ଷର ନାବାଳକକୁ ଝୁଣି ମାରିଲେ ବୁଲା କୁକୁର - ବୁଲା କୁକୁର ଆକ୍ରମଣରେ ନାବାଳକ ମୃତ

ଉତ୍ତରପ୍ରଦେଶ ବରେଲିରେ ବୁଲା କୁକୁର ଆକ୍ରମଣରେ ୧୦ ବର୍ଷର ନାବାଳକ ମୃତ । ଜଣେ ୫ ବର୍ଷୀୟ ଶିଶୁ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କୁକୁର ଆକ୍ରମଣରେ ୧୦ ବର୍ଷର ନାବାଳକ ମୃତ
କୁକୁର ଆକ୍ରମଣରେ ୧୦ ବର୍ଷର ନାବାଳକ ମୃତ
author img

By

Published : May 3, 2023, 12:27 PM IST

ଲକ୍ଷ୍ନୌ: ପୁଣି ଜୀବନ ନେଲେ କୁକୁର ପଲ । ବୁଲା କୁକୁର କାମୁଡାରେ ଚାଲିଗଲା ୧୦ ବର୍ଷୀୟ ନାବାଳକର ଜୀବନ । କିଛି ଦିନ ହେଲା ବିଭିନ୍ନ ଅଞ୍ଚଳରେ କୁକୁର ଆକ୍ରମଣରେ ଶିଶୁଙ୍କ ମୃତ୍ୟୁ ଘଟଣା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ବରେଲିରୁ । ବରେଲି ସି.ବି ଗଞ୍ଜ ଅଞ୍ଚଳରେ ଜଣେ ୧୦ ବର୍ଷୀୟ ନାବାଳକକୁ ବୁଲା କୁକୁର ପଲ ଝୁଣି ମାରି ଦେଇଛନ୍ତି । ଗତକାଲି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ୧୦ ବର୍ଷୀୟ ଅୟାନ ନିଜ ସାଙ୍ଗସାଥୀଙ୍କ ସହ ଘର ପାଖ ଇଦଗାହ ଠାରେ ଖେଳୁଥିଲା । ଏତିକି ବେଳେ ଦଳେ ବୁଲା କୁକୁର ପିଲାମାନଙ୍କୁ ଆକ୍ରମଣ କରିଥିଲେ । କୁକୁରଙ୍କ ଠାରୁ ବର୍ତ୍ତିବାକୁ କିଛି ପିଲା ଗଛ ଉପରକୁ ଚଢି ଯାଇଥିଲେ । କିନ୍ତୁ ଅୟାନ ତଳେ ରହି ଯାଇଥିଲା । ଫଳରେ କୁକୁର ଦଳ ତାକୁ ଝୁଣି ପକାଇଥିଲେ । ପିଲାଟିର ଚିତ୍କାର ଶୁଣି ଆଖପାଖର ଲୋକେ ସେଠାରେ ପହଞ୍ଚି କୁକୁରଙ୍କୁ ଘଉଡାଇ ଥିଲେ । ହେଲେ ସେତେବେଳକୁ ଅୟାନର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଥିଲା ।

ପରିବାର ଲୋକେ ସଙ୍ଗେ ସଙ୍ଗେ ପୁଅକୁ ପାଖ ମେଡିକାଲକୁ ନେଇଥିଲେ । କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ପିଲାଟିର ମୃତ୍ୟୁ ହୋଇଥିଲା । ମୃତ ନାବାଳକର ବାପା ଇରଫାନ କହିଛନ୍ତି, ''ସନ୍ଧ୍ୟାରେ ପୁଅ ନିଜର ୪ରୁ ୫ ଜଣ ସାଙ୍ଗ ସହ ବାହାରେ ଖେଳୁଥିଲା । ସେତିକି ବେଳେ ଦଳେ ବୁଲା କୁକୁର ସେମାନଙ୍କୁ କାମୁଡି ପକାଇଥିଲେ । କୁକୁର କାମୁଡାରେ ଅୟାନ ଗୁରୁତର ଆହତ ହୋଇଥିବା ବେଳେ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ ।''

ଏହାମଧ୍ୟ ପଢନ୍ତୁ: ବଜରଙ୍ଗ ଦଳ ବ୍ୟାନ ଇସ୍ତାହାର: ଏହା କଂଗ୍ରେସ ନୁହେଁ ମୁସଲିମ ଲିଗର ଇସ୍ତାହାର କହିଲେ ବିଶ୍ବଶର୍ମା

କୁକୁର ଆକ୍ରମଣରେ ଅୟାନର ମୃତ୍ୟୁ ହୋଇଥିବା ବେଳେ ପାଖ ଅଞ୍ଚଳରେ ଆଉ ଜଣେ ୫ ବର୍ଷୀୟ ଶିଶୁ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଅର୍ଶ ନାମକ ଶିଶୁଟି ଘର ବାହାରେ ଖେଳୁଥିବା ସମୟରେ କିଛି କୁକୁର ତାକୁ ଆକ୍ରମଣ କରିଥିଲେ । ପିଲାଟିରୁ ପାଟି ଶୁଣି ଘର ଲୋକେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ । ବର୍ତ୍ତମାନ ଅର୍ଶ ଘରୋଇ ମେଡିକାଲରେ ଚିକିତ୍ସାଧୀନ ରହିଛି । କିଛି ଦିନ ତଳେ ହାଇଦ୍ରାବାଦ ଓ ଦିଲ୍ଲୀରେ ମଧ୍ୟ ବୁଲା କୁକୁରଙ୍କ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.