ETV Bharat / bharat

ଏହି ରାଜ୍ୟରେ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ କଲେ ଭୋଗିବାକୁ ପଡିବ ୧୦ ବର୍ଷ ଜେଲଦଣ୍ଡ - ଏମପି ଫ୍ରିଡମ ଅଫ ରିଲିଜିଅନ ବିଲ ୨୦୨୦

ଏବେ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ କଲେ ଅତି କମରେ 2 ରୁ 10 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ 50 ହଜାର ଟଙ୍କା ଜୋରିମାନା ଦେବାକୁ ପଡିପାରେ । ମଧ୍ୟପ୍ର‌ଦେଶରେ ଶିବରାଜ ସିଂହ ଚୌହାନ କ୍ୟାବିନେଟ ବଳପୂର୍ବକ ଧର୍ମାନ୍ତରୀକରଣ ନିରୋଧ ଆଇନକୁ ମଞ୍ଜୁର କରିଛନ୍ତି । ଅଧିକ ପଢନ୍ତୁ...

ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପାଇଁ ୧୦ ବର୍ଷ ଜେଲଦଣ୍ଡ ସହ 50 ହଜାର ଜୋରିମାନା

author img

By

Published : Dec 27, 2020, 9:41 AM IST

ଭୋପାଳ: ଏବେ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପାଇଁ ଯିବାକୁ ପଡ଼ିବ 10 ବର୍ଷ ଜେଲ । ମଧ୍ୟପ୍ର‌ଦେଶରେ ଶିବରାଜ ସିଂହ ଚୌହାନ କ୍ୟାବିନେଟ୍ ବଳପୂର୍ବକ ଧର୍ମାନ୍ତରୀକରଣ ନିରୋଧ ଆଇନକୁ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସ୍ବତନ୍ତ୍ର ବୈଠକ ପରେ ଏହି ବିଲ (ଏମପି ଫ୍ରିଡମ ଅଫ ରିଲିଜିଅନ ବିଲ ୨୦୨୦)କୁ ମଞ୍ଜୁର କରାଯାଇଛି ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଯଦି ରାଜ୍ୟର କୌଣସି ବ୍ୟକ୍ତି କୌଣସି ନାବାଳିକା, ମହିଳା କିମ୍ବା ଅନୁସୂଚିତ ଜାତି ଏବଂ ଜନଜାତିର ସଦସ୍ୟଙ୍କୁ ଜୋର ଜବରଦସ୍ତ ସେମାନଙ୍କ ଧର୍ମ ରୂପାନ୍ତର କରନ୍ତି, ତେବେ ଅତି କମରେ 2ରୁ 10 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ଏବଂ ଏହା ସହିତ ତାଙ୍କୁ ଅତି କମରେ 50 ହଜାର ଟଙ୍କା ଜୋରିମାନା ଦେବାକୁ ପଡିପାରେ ।

ନରୋତ୍ତମ ମିଶ୍ର ଏହା ବି କହିଛନ୍ତି ଯେ, ‘ଏମପି ଫ୍ରିଡମ ଅଫ ରିଲିଜିଅନ ବିଲ ୨୦୨୦’ ଅନୁସାରେ କୌଣସି ପ୍ରକାର ବାଧ୍ୟତାମୂଳକ ରୂପାନ୍ତର ପାଇଁ 1 ରୁ 5 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ସର୍ବନିମ୍ନ 25,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିଛନ୍ତି, କିନ୍ତୁ ସ୍ବତନ୍ତ୍ର ଶ୍ରେଣୀ (ନାବାଳିକା, ମହିଳା ଏବଂ ଏସସି / ଏସଟି) ସଦସ୍ୟମାନଙ୍କ କ୍ଷେତ୍ରରେ) ସର୍ବନିମ୍ନ ଦଣ୍ଡ 2 ରୁ 10 ବର୍ଷ ଏବଂ ସର୍ବନିମ୍ନ ଜରିମାନା 50 ହଜାର ଟଙ୍କା ହେବ । ତେବେ ଖୁବଶୀଘ୍ର ଏହି ବିଲ ବିଧାନସଭା‌ରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.