ETV Bharat / bharat

ବିଜେପି ସାଂସଦଙ୍କ ଘରୁ ୧୦ ବର୍ଷୀୟ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Aug 27, 2023, 11:45 AM IST

ଆସାମ ବିଜେପି ସାଂସଦଙ୍କ ଘରୁ ବାହାରିଲା ନାବାଳକର ମୃତଦେହ । ପଢନ୍ତୁ ପୁରା ଖବର

ବିଜେପି ସାଂସଦଙ୍କ ଘରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଗୌହାଟୀ: ଆସାମର ବିଜେପି ସାଂସଦ ରାଜଦୀପ ରୟଙ୍କ ଘର ଭିତରୁ ଜଣେ ୧୦ ବର୍ଷୀୟ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସାଂସଦଙ୍କ ସିଲଚର ସ୍ଥିତ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକ ନିଜ ମାଆ ଓ ଭଉଣୀ ସହ ରାଜଦୀପଙ୍କ ଘରେ ରହୁଥିଲେ । ମାଆ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ତେବେ ନାବାଳକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି ବୋଲି ସାଂସଦ ଦାବି କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି ।

ଏନେଇ ସାଂସଦ ରାଜଦୀପ ରୟ ଗଣମାଧ୍ୟମକୁ କହିଛନ୍ତି, ''ଶନିବାର ଦିନ ମୁଁ ବିଜେପି ପାର୍ଟି ଅଫିସରେ ଥିବାବେଳେ ଏ ବିଷୟରେ ଶୁଣିଲି । ମୋ ବାସଭବନରୁ ଜଣେ ନାବାଳକର ମୃତଦେହ ମିଳିଛି ବୋଲି ଜଣେ ସହକର୍ମୀ ଫୋନ କରି ଜଣାଇଥିଲେ । ଏହାପରେ ମୁଁ ଘର ପହଞ୍ଚି ମୃତଦେହ ଝୁଲୁଥିବାର ଦେଖିଲି । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ମୃତଦେହ ଉଦ୍ଧାର କରିଥିଲା । ନାବାଳକକୁ ସିଲଚର ମେଡିକାଲ କଲେଜ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।''

ବିଜେପି ସାଂସଦ କହିଛନ୍ତି ଯେ, ମୃତ ପିଲାଟିର ପରିବାର ଲୋକେ କିଛି ବର୍ଷ ହେଲା ତାଙ୍କ ସିଲଚର ସ୍ଥିତ ଘରେ ରହିଆସୁଛନ୍ତି । ନାବାଳକର ମାଆ ଘରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରନ୍ତି । ପିଲାଟିର ବଡ ଭଉଣୀ ଘରେ ଥିଲେ । ସମସ୍ତେ କାଲି ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ମାଆ ଓ ଭଉଣୀ ବଜାରକୁ ଚାଲି ଯାଇଥିଲେ । ଘରକୁ ଫେରି କବାଟ ବାଡେଇବାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ଭୟରେ ନାବାଳକର ମାଆ କାନ୍ଦି କାନ୍ଦି ଅନ୍ୟମାନଙ୍କୁ ସହାୟତା ମାଗିଥିଲେ । କିଛି ଲୋକେ ଆସି କବାଟ ଭାଙ୍ଗି ଘରେ ପଶିବାରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ।

ଏହାମଧ୍ୟ ପଢନ୍ତୁ : ବୋହୂ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା ଶ୍ବଶୁର, ସ୍ବାମୀକୁ ଗଳା କାଟି ହତ୍ୟା କଲା ଶାଶୁ

ପିଲାଟି ନିଜେ ଜୀବନ ହାରିଥିବା ରାଜଦୀପ ରୟ ଦାବି କରିଛନ୍ତି । ତେବେ ଯଦି ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି ତାହାହେଲେ ଏତେ ଛୋଟ ପିଲାଟି କେମିତି ଏତେ ବଡ଼ ଚରମ ନିଷ୍ପତ୍ତି ନେଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.