ETV Bharat / bharat

ହିମାଳୟ ଆରୋହଣ କରିବେ ୫୦ରୁ ଊର୍ଦ୍ଧ୍ବ ବୟସ୍କା, ନେତୃତ୍ବ ନେବେ ବଚ୍ଛେନ୍ଦ୍ରି ପାଲ

author img

By

Published : Jan 23, 2022, 8:47 PM IST

ପର୍ବତ ଆରୋହଣ ପାଇଁ ମନୋନୀତ ହୋଇଥିବା ଏକ ମହିଳା ଟିମର ନେତୃତ୍ବ ନେବେ ବିଶ୍ବର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ଦେଶର ପ୍ରଥମ ମହିଳା ବଚ୍ଛେନ୍ଦ୍ରି ପାଲ । ଅଧିକ ପଢନ୍ତୁ

ହିମାଳୟ ଆରୋହଣ କରିବେ ୫୦ ରୁ ଉର୍ଦ୍ଧ୍ବ ବୟସ୍କା, ନେତୃତ୍ବ ନେବେ ବଚ୍ଛେନ୍ଦ୍ରି ପାଲ

ମୁମ୍ବାଇ: ପର୍ବତ ଆରୋହଣ ପାଇଁ ମନୋନୀତ ହୋଇଥିବା ଏକ ମହିଳା ଟିମର ନେତୃତ୍ବ ନେବେ ବିଶ୍ବର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ଦେଶର ପ୍ରଥମ ମହିଳା ବଚ୍ଛେନ୍ଦ୍ରି ପାଲ । ଏହି ଟିମ୍ ଆସନ୍ତା ମାର୍ଚ୍ଚରୁ ଅରୁଣାଚଳ ପ୍ରଦେଶରୁ ଯାତ୍ରା ଆରମ୍ଭ କରିବ । ସବୁଠୁ ବଡ କଥା ହେଉଛିକି ପର୍ବତାରୋହଣ ପାଇଁ ମନୋନୀତ ହୋଇଥିବା ୧୦ ଜଣ ମହିଳା ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ।

ଏମାନେ 40ରୁ ଅଧିକ ପର୍ବତ ଅତିକ୍ରମ କରିବେ । ଅରୁଣାଚଳ ପ୍ରଦେଶରୁ ଲଦାଖ ପର୍ଯ୍ୟନ୍ତ 4500 କିଲୋମିଟର ଦୂରତା ବିଶିଷ୍ଟ ପାଞ୍ଚ ମାସର ଅଭିଯାନ ଆରମ୍ଭ କରିବେ । ୱାର୍ଦ୍ଧା ଜିଲ୍ଲାର ସେଲୁ ତାଲୁକାସ୍ଥିତ ଜିଆନ୍ ଭାରତୀ ଦକ୍ଷତା ବିକାଶ କେନ୍ଦ୍ରରେ 'FIT @50+ ମହିଳା ଟ୍ରାନ୍ସ ହିମାଳୟ ଅଭିଯାନ' ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନ ପାଇଁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ ଦ୍ୱାରା ସଂଗଠିତ ହେବା ସହ ଟାଟା ମୋଟର୍ସ ଏବଂ ଟାଟା ସ୍ପୋର୍ଟସ କ୍ଲବ୍ ଆର୍ଥିକ ସହାୟତା ଯୋଗାଇଛି ।

ଏହି ଦଳର ନେତୃତ୍ବ ନେଇଥିବା ବଚ୍ଛେନ୍ଦ୍ରି ପାଲ(67) ଜାମସେଦପୁରର ହୋଇଥିବାବେଳେ ଚେତନା ସାହୁ(54, କୋଲକାତା), ସବିତା ଧପୱାଲ(52, ଭିଲାଇ), ଶାମଲା ପଦ୍ମନାଭନ (64, ମୈସୁରୁ), ଗାଙ୍ଗୋତ୍ରି ସୋନେଜି(62, ବରୋଦା), ଚାଉଲା ଜାଗିରଦାର(63, ପାଲାନପୁର) , ପାୟୋ ମୁର୍ମୁ(53, ଜାମସେଦପୁର), ଡ. ସୁଷମା ବିସା(55, ବିକାନେର), ମେଜର କୃଷ୍ଣ ଦୁବେ(59, ଲକ୍ଷ୍ନୌ) ଏବଂ ବିମ୍ବଲା ଦେଓସ୍କାର (55, ନାଗପୁର)ର ରହିଛନ୍ତି ।

ଅରୁଣାଚଳ ପ୍ରଦେଶରର ବୋମଦିଲା ଠାରେ କୁହୁଡ଼ି ପର୍ବତରୁ ଏହି ଅଭିଯାନ ଆରମ୍ଭ ହେବ, 17,320 ଫୁଟ ଲାମଖାଗା ପାସ୍ ସମେତ 40 ଟି ପର୍ବତ ପାସ୍ ଦେଇ ଜମ୍ମୁ-କଶ୍ମୀରର କରାକୋରାମ ପରିସରରେ ଶେଷ ହେବ । ୱାର୍ଦ୍ଧା ଜିଲ୍ଲା ଜିଲ୍ଲାପାଳ ପ୍ରରନା ଦେଶଭାରତ୍ର ଏହି ଅଭିଯାନରେ ଅଂଶଗ୍ରହଣ କରୁଥିବା ଦଳର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.