ETV Bharat / bharat

ପ୍ରେମର ଅଭିନ୍ନ ବାର୍ତ୍ତା: 10 ଟଙ୍କିଆ ନୋଟରେ ପ୍ରେମିକା ଲେଖିଲେ ମନର କଥା

author img

By

Published : Apr 21, 2022, 10:01 PM IST

ପ୍ରେମକୁ ପାଇବାକୁ 10 ଟଙ୍କିଆ ନୋଟରେ ନିବେଦନ ବାର୍ତ୍ତା ଲେଖିଲେ ଯୁବତୀ । ସେହି ନାମରେ ଥିବା ଅନ୍ୟ ଯୁବକ-ଯୁବତୀ ହେଲେ ଟ୍ରୋଲ । ଅଧିକ ପଢନ୍ତୁ

ପ୍ରେମିକକୁ ପ୍ରେମିକାର ନିବେଦନ, 10 ଟଙ୍କିଆ ନୋଟରେ ଲେଖିଲେ ପ୍ରେମବାର୍ତ୍ତା

ଭୋପାଳ: ପ୍ରେମକୁ ପାଇବାକୁ 10 ଟଙ୍କିଆ ନୋଟରେ ନିବେଦନ କଲେ ଯୁବତୀ । ଏପ୍ରିଲ 26ରେ ମୋର ବାହାଘର । ତମେ ମୋତେ ଏଠାରୁ ଉଠାଇ ନିଅ ବୋଲି ଲେଖିଛନ୍ତି ଜଣେ ଯୁବତୀ । ଏପିର ଲେଖାଥିବା ନୋଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ମାତ୍ର ବାସ୍ତବରେ କିଏ କାହା ପାଇଁ ଏହି ନୋଟ୍ ଲେଖିଛନ୍ତି ତାହା ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା 10 ଟଙ୍କିଆ ନୋଟରେ କୁସୁମ ନାମକ ଜଣେ ଯୁବତୀ ବିଶାଲ ନାମକ ଜଣେ ଯୁବକଙ୍କ ପାଇଁ ଏକ ପ୍ରକାର ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ଏପ୍ରିଲ 26ରେ ମୋର ବିବାହ । ମୋତେ ଏଠାରୁ ନେଇଯାଅ । ମୁଁ ତୁମକୁ ଭଲପାଏ... ତୁମର କୁସୁମ । ତେବେ ଏହି ନୋଟ୍ କେବଳ ଟ୍ବିଟର ନୁହେଁ ଫେସବୁକରେ ମଧ୍ୟ ପ୍ରବଳ ଭାଇରାଲ ହେଉଛି ।

ବିଶାଲ ନାମକ ଜଣେ ଯୁବକ କହିଛନ୍ତି ଯେ, ତାଙ୍କ ବନ୍ଧୁମାନେ ଏହି ନୋଟକୁ ତାଙ୍କ ଗ୍ରୁପରେ ପକାଉଛନ୍ତି । କିଏ ତାଙ୍କୁ ଏଥିରେ ଟ୍ୟାଗ କରୁଛି ତ ଆଉକିଏ ତାଙ୍କୁ କୁସୁମ କିଏ ପଚାରୁଛି । ସେହିପରି କେବେ ସେ ଝିଅକୁ ଉଠାଇ ଆଣୁଛୁ ବୋଲି କେତେକ ପ୍ରଶ୍ନ କରୁଛନ୍ତି । ମାତ୍ର ଏବାବଦରେ ସେ କିଛି ଜାଣିନଥିବା କହିଛନ୍ତି ।

ସେପଟେ କୁସୁମ ନାମକ ଜଣେ ଯୁବତୀ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ସାଙ୍ଗ-ସାଥୀମାନେ ନୋଟରେ ଥିବା ଲେଖାକୁ ନେଇ ପ୍ରବଳ ଥଟ୍ଟା ମଜା କରୁ ଥିବାବେଳେ ବିଶାଲ କିଏ ବୋଲି ବାରମ୍ବାର ପ୍ରଶ୍ନ କରୁଥିବା କହିଛନ୍ତି । ତେବେ ଏପରି ନୋଟରେ ଲେଖାଥିବା ନିବେଦନ ପ୍ରଥମ ନୁହେଁ । 2016 ମସିହାରେ ମଧ୍ୟ ଏପରି ଏକ ନୋଟ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.