ETV Bharat / bharat

ଖାଉଥିବାବେଳେ ଚଢିଗଲା ଟ୍ରକ: 4 ଶ୍ରମିକ ମୃତ, 6 ଗୁରୁତର

ବିହାର ରୋହତାସ ଜିଲ୍ଲା ସାସାରାମର ଶିବ ସାଗର ବାମ୍‌ହୋରରେ ହିଟ ଆଣ୍ଡ ରନ୍ କେସ ମାମଲା । 10 ଜଣ ଶ୍ରମିକଙ୍କୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ 4 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 6 ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଖାଉଥିବା ବେଳେ ଚଢିଗଲା ଟ୍ରକ; 4 ମୃତ, 6 ଗୁରୁତର

author img

By

Published : Jun 19, 2021, 1:11 PM IST

ପାଟଣା: ବିହାରର ରୋହତାସ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ହିଟ ଆଣ୍ଡ ରନ୍ କେସ ମାମଲା । ଏଠାରେ ଶୁକ୍ରବାର ରାତିରେ ସାସାରାମର ଶିବ ସାଗର ବାମ୍‌ହୋରରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଲାତେହାର ଜିଲ୍ଲାର 10 ଜଣ ଶ୍ରମିକଙ୍କୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରେ 4 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 6 ଜଣ ଶ୍ରମିକ ଗୁରୁତର ଆହତ ହୋଇ ପାଟନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନାମୁତାବକ, ଉତ୍ତରପ୍ରଦେଶରୁ ଲାତେହରକୁ ଫେରୁଥିବା ଶ୍ରମିକମାନେ ସାସାରାମର ବାମ୍‌ହୋରର NH କଡ଼ରେ ବସି ଖାଦ୍ୟ ଖାଉଥିଲେ । ଏହି ସମୟରେ ଏକ ଟ୍ରକ୍ ହଠାତ୍ ନିୟନ୍ତ୍ରଣ ହରାଇ ଖାଦ୍ୟ ଖାଉଥିବା ସମସ୍ତ ଶ୍ରମିକଙ୍କ ଉପରେ ଚଢାଇ ପଳାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ସମସ୍ତଙ୍କୁ ଶିବ ସାଗରର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ଯେଉଁଠାରେ ଡାକ୍ତର ଚାରିଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହିତ ଅନ୍ୟ 6 ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ପାଟନାକୁ ସ୍ଥାନାନ୍ତର କରାଯାଇଥିଲା ।

ମୃତକଙ୍କ ମଧ୍ୟରେ ଦିଲୀପ ଲୋହରା, ସନ୍ତୋଶ ଲୋହରାଙ୍କ ବ୍ୟତୀତ ଦୁଇ ଶିଶୁ ଥିବାବେଳେ ଆହତଙ୍କ ମଧ୍ୟରେ 5 ଜଣ ମହିଳା ଏବଂ ଜଣେ ଶିଶୁ ଅଛି । ଏହି ଘଟଣାରେ ମୃତକ ଏବଂ ଆହତ ସମସ୍ତ ଶ୍ରମିକ ହେଉଛନ୍ତି ଲାତେହରର ବାସିନ୍ଦା । ସେ ସମସ୍ତେ ଉତ୍ତରପ୍ରଦେଶରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଲୋକମାନେ ଟ୍ରକକୁ ଜବତ କରିଥିବାବେଳେ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା । ବର୍ତ୍ତମାନ ଶ୍ରମିକଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଲାତେହର ଜିଲ୍ଲା ପ୍ରଶାସନ ଏକ ଦଳ ଗଠନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.