ETV Bharat / bharat

କୃଷ୍ଣ ଜନ୍ମଭୂମିର ୧୦ କିଲୋମିଟର ତୀର୍ଥକ୍ଷେତ୍ର ଘୋଷିତ, ମଦ-ମାଂସ ବିକ୍ରି ଉପରେ ଲାଗିଲା ରୋକ

କୃଷ୍ଣ ଜନ୍ମଭୂମିର ୧୦ କିଲୋମିଟର ପରିଧି ଅଞ୍ଚଳକୁ ତୀର୍ଥକ୍ଷେତ୍ର ଘୋଷିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତୀର୍ଥ କ୍ଷେତ୍ର ପରିସୀମା ମଧ୍ୟରେ ମଦ୍ୟ ଏବଂ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ଅଧିକ ପଢନ୍ତୁ...

author img

By

Published : Sep 10, 2021, 5:39 PM IST

କୃଷ୍ଣ ଜନ୍ମଭୂମିର ୧୦ କିଲୋମିଟର ଅଞ୍ଚଳ ତୀର୍ଥକ୍ଷେତ୍ର ଘୋଷିତ, ମଦ-ମାଂସ ବିକ୍ରି ଉପରେ ରୋକ

ଲକ୍ଷ୍ନୌ: ମଥୁରା ଓ ବୃନ୍ଦାବନରେ କୃଷ୍ଣ ଜନ୍ମଭୂମିକୁ ନେଇ ବଡ ନିଷ୍ପତ୍ତି ଶୁଣାଇଛନ୍ତି ଉତ୍ତରପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାର । କୃଷ୍ଣ ଜନ୍ମଭୂମିର ୧୦ କିଲୋମିଟର ପରିଧି ଅଞ୍ଚଳକୁ ତୀର୍ଥକ୍ଷେତ୍ର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅଞ୍ଚଳ ୨୨ ନଗରନିଗମ ୱାର୍ଡ କ୍ଷେତ୍ରରେ ଆସିଥାଏ । ତୀର୍ଥକ୍ଷେତ୍ର ପରିସୀମା ମଧ୍ୟରେ ମଦ୍ୟ ଏବଂ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ କୃଷ୍ଣ ଜନମାଷ୍ଟମୀରେ ସଙ୍କେତ ଦେଇଥିଲେ । ସିଏମ ଯୋଗୀ ମଥୁରାରେ କହିଥିଲେ ଯେ ଏହି ସ୍ଥାନକୁ ତୀର୍ଥସ୍ଥାନ ଘୋଷଣା କରାଯିବା ଆବଶ୍ୟକ । ଏଠାରେ ମଦ ଓ ମାଂସ ବିକ୍ରୟ କରାଯିବା ଉଚିତ ନୁହେଁ। ଏହା ସହିତ ସେ ଅଧିକାରୀଙ୍କଠାରୁ ଏ ସମ୍ପର୍କରେ ପ୍ରସ୍ତାବ ଲୋଡ଼ିବେ ବୋଲି କହିଥିଲେ।

ୟୁପିରେ ତୀର୍ଥସ୍ଥଳ ବିକାଶ କାର୍ଯ୍ୟ ଜାରି ରହିଛି । ଅଯୋଧ୍ୟା, ବାରାଣାସୀ, ମଥୁରା ଆଦି ସ୍ଥାନରେ ମିଳୁଥିବା ସୁବିଧା ପୂର୍ବ ତୁଳନାରେ ଉତ୍ତମ ରହିଛି । ଅଯୋଧ୍ୟାରେ ଦେଢ ବର୍ଷ ପୂର୍ବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି । ୨୦୨୪ ପୂର୍ରୁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପୁରା ହୋଇଯିବ ବୋଲି କୁହାଯାଉଛି ।

ସେପଟେ ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ବନାଥ କରିଡରରେ ମଧ୍ୟ କାର୍ଯ୍ୟ ଚାଲିଛି । ଏହା ମଧ୍ୟ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହୋଇଯିବା ନେଇ ଆଶା ରହିଛି । ଏହି କରିଡର କାମ ପୁରା ହୋଇଯିବା ପରେ ବିନା କୌଣସି ଅସୁବିଧାରେ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.