ETV Bharat / bharat

୧ ଲକ୍ଷ ନିଯୁକ୍ତି, ୫ ଲକ୍ଷ ଭତ୍ତା; ଦେବଭୂମିରେ ପ୍ରତିଶୃତିର ପାହାଡ ଛିଡା କଲେ କେଜ୍ରିୱାଲ - Arvind Kejriwal

ଦେବଭୂମି ଦଖଲ କରିବାକୁ ସମସ୍ତ ଦମ୍‌ ଲଗାଇଦେଇଛି ଦିଲ୍ଲୀ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି । ଏହାରି ମଧ୍ୟରେ ଉତ୍ତରାଖଣ୍ଡ ଗସ୍ତ କରି ବଡ ବଡ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

୧ ଲକ୍ଷ ନିଯୁକ୍ତି, ୫ ଲକ୍ଷ ଭତ୍ତା; ଦେବ ଭୂମିରେ ପ୍ରତିଶ୍ରୁତିର ପାହାଡ ଛିଡା କଲେ କେଜ୍ରିୱାଲ

author img

By

Published : Sep 19, 2021, 3:28 PM IST

ଡେରାଡୁନ: ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ହେବାକୁଯାଉଛି ବିଧାନସଭା ନିର୍ବାଚନ । ଦେବଭୂମି ଦଖଲ କରିବାକୁ ସମସ୍ତ ଦମ୍‌ ଲଗାଇଦେଇଛି ଦିଲ୍ଲୀ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି । ଏହାରି ମଧ୍ୟରେ ଉତ୍ତରାଖଣ୍ଡ ଗସ୍ତ କରି ବଡ ବଡ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ।

ଉତ୍ତରାଖଣ୍ଡକୁ ନେଇ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୬ ମାସରେ ୧ ଲକ୍ଷ ନିଯୁକ୍ତି ଓ ୫ ହଜାର ଟଙ୍କାର ଭତ୍ତା ଦେବେ ବୋଲି ଦାବି କରିଛନ୍ତି ଆପ୍‌ ମୁଖ୍ୟ । ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଯଦି ଉତ୍ତରାଖଣ୍ଡରେ ଆମ ଆଦମୀ ପାର୍ଟିର ସରକାର ଗଠନ ହୁଏ, ତାହେଲେ ୬ ମାସରେ ୧ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏହାସହିତ ରୋଜଗାର ମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ୫ ହଜାର ଟଙ୍କାର ଭତ୍ତା ଦିଆଯିବ । କେବେ ସେତିକି ନୁହେଁ, ଚାକିରୀରେ ଜନସାଧାରଣଙ୍କୁ ୮୦ ପ୍ରତିଶତ ସଂରକ୍ଷଣ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି କେଜ୍ରିୱାଲ ।

ବିଜେପିକୁ ଟାର୍ଗେଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପିକୁ ଯଦି ଭୋଟ ଦେବେ ତାହେଲେ ପ୍ରତ୍ୟେକ ମାସ ଗୋଟିଏ ଗୋଟିଏ ନୂଆ ମୁଖ୍ୟମନ୍ତ୍ରୀ ମିଳିବେ । ହେଲେ ଆପ୍‌କୁ ଭୋଟ ଦେଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏକ ସ୍ଥିର ସରକାର ମିଳିବ । ଆପ୍‌କୁ ଭୋଟ ଦେଲେ ଉତ୍ତରାଖଣ୍ଡର ପଳାୟନ ଉପରେ ରୋକ ଲାଗିବ ବୋଲି କହିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲଙ୍କ ବଡ ଘୋଷଣା

  • ଉତ୍ତରାଖଣ୍ଡରେ AAP ସରକାର ଆସିଲେ ବେକାରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ
  • ଯେତେ ପର୍ଯ୍ୟନ୍ତ ରୋଜଗାର ମିଳିନାହିଁ, ସେଯାଏଁ ପ୍ରତ୍ୟେକ ପରିବାରର ଜଣେ ଯୁବକଙ୍କୁ ୫ ହଜାର ଟଙ୍କା ଦିଆଯିବ
  • ସରକାର ଓ ବେସରକାରୀ ସ୍ତରରେ ୮୦ ପ୍ରତିଶତ ନିଯୁକ୍ତି, ଉତ୍ତରାଖଣ୍ଡର ଯୁବବର୍ଗଙ୍କ ପାଇଁ ସଂରକ୍ଷିତ ରହିବ
  • ସରକାର ଗଠନ ହେବା ପରେ ୧ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ
  • ଉତ୍ତରାଖଣ୍ଡର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ପ୍ରଦାନକାରୀ ଜବ୍‌ ପୋର୍ଟାଲ ଲଞ୍ଚ କରାଯିବ
  • ରୋଜଗାର ଓ ପଳାୟନ ମାମଲାରେ ନୂଆ ମନ୍ତ୍ରଣାଳୟ ଗଠନ କରାଯିବ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.