ETV Bharat / bharat

One Class-One Tv Channel: ଖୋଲିବ ୨୦୦ ନୂଆ ଚ୍ୟାନେଲ, ଆଞ୍ଚଳିକ ଭାଷାରେ ଦିଆଯିବ ଶିକ୍ଷାଦାନ

author img

By

Published : Feb 1, 2022, 12:49 PM IST

କୋଭିଡ଼ ମହାମାରୀ କାରଣରୁ ଆନୁଷ୍ଠାନିକ ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ଇ-ବିଦ୍ୟାକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ପାଇଁ ୨୦୦ ନୂଆ ଟିଭି ଚ୍ୟାନେଲ ଖୋଲାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

One Class-One Tv Channel: ଖୋଲିବ ୨୦୦ ନୂଆ ଚ୍ୟାନେଲ, ଆଞ୍ଚଳିକ ଭାଷାରେ ଦିଆଯିବ ଶିକ୍ଷାଦାନ
One Class-One Tv Channel: ଖୋଲିବ ୨୦୦ ନୂଆ ଚ୍ୟାନେଲ, ଆଞ୍ଚଳିକ ଭାଷାରେ ଦିଆଯିବ ଶିକ୍ଷାଦାନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବଜେଟ ୨୦୨୨-୨୩ରେ କେନ୍ଦ୍ର ସରକାର ଇ-ବିଦ୍ୟା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । କୋଭିଡ଼ କାରଣରୁ ଆନୁଷ୍ଠାନିକ ଶିକ୍ଷା ବାଧାପ୍ରାପ୍ତ ହୋଇଥିବା କାରଣରୁ ଏହାର କ୍ଷତିପୂରଣ ପାଇଁ ଗୋଟିଏ-ଶ୍ରେଣୀ ଗୋଟିଏ-ଟିଭି ଚ୍ୟାନେଲ (One Class-One Tv Channel) ଆରମ୍ଭ ହେବ । ଯାହା ମାଧ୍ୟମରେ ଲୋକଙ୍କୁ ସପ୍ଲିମେଣ୍ଟାରୀ ଶିକ୍ଷାଦାନ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ଗୋଟିଏ-ଶ୍ରେଣୀ ଗୋଟିଏ-ଟିଭି ଚ୍ୟାନେଲ କାର୍ଯ୍ୟକ୍ରମ ଜରିଆରେ ୧୨ରୁ ୨୦୦ ପର୍ଯ୍ୟନ୍ତ ଟିଭି ଚ୍ୟାନେଲର ସଂଖ୍ୟା ବଢାଯିବ । ଏହା ସମସ୍ତ ରାଜ୍ୟରେ କାର୍ଯ୍ୟ କରିବ । ସମସ୍ତ ରାଜ୍ୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିଜ ନିଜ ଆଞ୍ଚଳିକ ଭାଷାରେ ଏହି ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନ ଦିଆଯିବ । ସ୍କୁଲର ସବୁ ଶ୍ରେଣୀଗୃହରେ ଟିଭି ଲଗାଯିବ । ଏହାସହିତ ୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ । ସକ୍ଷମ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ ।

ପିଏମ ଇ-ବିଦ୍ୟା ମାଧ୍ୟମରେ ଏହି ୨୦୦ ନୂଆ ଚ୍ୟାନେଲ ଖୋଲାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା । ଏହାସହିତ ITI ଛାତ୍ରଛାତ୍ରୀଙ୍କୁ ଡ୍ରୋନ ଟ୍ରେନିଂ ଦିଆଯିବ । ଡିଜିଟାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ସ୍କୁଲର ସବୁ ଶ୍ରେଣୀଗୃହରେ ସିସିଟିଭି ଲାଗିବ । ମହାମାରୀ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରଭାବ ପଡିଥିବାରୁ ଏହାକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଲୋକସଭାରେ ନିର୍ମଳା ସାଧାରଣ ବଜେଟକୁ ଉପସ୍ଥାପନ କରୁଛନ୍ତି ।

  • ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ
  • ଆରମ୍ଭ ହେବପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା
  • ଟିଭି ଜରିଆରେ ହେବଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ଶହ ଚ୍ୟାନେଲ ହେବ
  • ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି
  • ୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ
  • ପିଏମ ଇ-ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ
  • ଆଇଟିଆଇ ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ
  • ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.