ETV Bharat / snippets

କାଠ ଆଣିବାକୁ ଯାଇ ଫେରିଲେନି ଯୁବକ, ଅଶୁଂଘାତରେ ମୃତ୍ୟୁ ଆଶଙ୍କା - Youth Dies In Dhenkanal

author img

By ETV Bharat Odisha Team

Published : May 31, 2024, 9:17 PM IST

ଢେଙ୍କାନାଳରେ ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ
ଢେଙ୍କାନାଳରେ ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ (ଇଟିଭି ଭାରତ ଓଡ଼ିଶା)

ଢେଙ୍କାନାଳ: କାମାକ୍ଷାନଗରରେ ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମର ପ୍ରକାଶ କୁମାର ବେହେରା । ପ୍ରକାଶ ସକାଳ ୮ଟା ବେଳେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଫେରିବାରେ ବହୁ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ପରିବାର ଲୋକେ ଏକ ଗଛମୂଳରେ ଅଚେତ ଅବସ୍ଥାରେ ଯୁବକ ଜଣକ ପଡ଼ିଥିବା ଦେଖିବାକୁ ପାଇଥିଲେ । ଗଛମୂଳରେ ତାଙ୍କ ସାଇକେଲ ଓ ସେ ସଂଗ୍ରହ କରିଥିବା ଦୁଇ ବିଡ଼ା କାଠ ମଧ୍ୟ ପଡ଼ିଛି । ଗ୍ରାମବାସୀଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଢଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.