ଜଗତସିଂହପୁର: ଜିଲ୍ଲାରେ ସେକ୍ସ ରାକେଟ ଠାବ । ଘର ମାଲିକଙ୍କ ସମେତ 4 ଜଣଙ୍କୁ ଗିରଫ କଲା ପୋଲିସ । ସଦର ଥାନା ଅନ୍ତର୍ଗତ ପଲ୍ଲି ଗ୍ରାମର ଏକ ଘରେ ସେକ୍ସ ରାକେଟ ଚାଲୁଥିବା ପୋଲିସକୁ ଖବର ମିଳିଥଲା । ଏହାପରେ ପୋଲିସ ସାଦା ପୋଷାକରେ ସେହି ସ୍ଥାନରେ ଚଢାଉ କରି ଦୁଇ ଯୁବକଙ୍କୁ ପ୍ରଥମେ ଗିରଫ କରିଥିଲା । ଏହାପରେ ଘର ମାଲିକ ସେମତ ସେକ୍ସ ରାକେଟ ଚଳାଉଥିବା ମହିଳାଙ୍କୁ କାବୁ କରିଥିଲା ପୋଲିସ । ମହିଳାଙ୍କ ଘର ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମିତ ପୁରରେ । ଦୁଇ ଗିରଫ ଯୁବକ ହେଉଛନ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ସରଖି ଗ୍ରାମର ସୁକାନ୍ତ ମନ୍ତ୍ରୀ ଓ କନକ ପୁର ଗ୍ରାମର ସ୍ମୃତି ରଞ୍ଜନ ଦାସ । ଏମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ ସମେତ 10ହଜାର ଟଙ୍କା ଜବତ କରିଛି ଜଗତସିଂହପୁର ପୋଲିସ ।
ଇଟିଭି ଭାରତ, ଜଗତସିଂହପୁର