ETV Bharat / snippets

ବନ୍ଦ ହେଲା ହୀରାକୁଦର 2 ଗେଟ, ବର୍ତ୍ତମାନ 18ଟି ଗେଟ ଖୋଲା

author img

By ETV Bharat Odisha Team

Published : Jul 31, 2024, 10:14 AM IST

Hirakud Dam
Hirakud Dam (ETV Bharat Odisha)

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମର 2ଟି ଗେଟ l ବର୍ତ୍ତମାନ 18ଟି ଗେଟ ଜରିଆରେ ହେଉଛି ଜଳ ନିଷ୍କାସନ l ଗତ ରବିବାର ହୀରାକୁଦ ଡ୍ୟାମରୁ 20ଟି ଗେଟ ଜରିଆରେ ଚଳିତ ବର୍ଷର ପ୍ରଥମ ବନ୍ୟଜଳ ଛଡ଼ା ଯାଇଥିଲା l ତେବେ ହୀରାକୁଦର ଉପର ମୁଣ୍ଡରୁ ବନ୍ୟା ଜଳ ପ୍ରବାହ ହ୍ରାସ ପାଇବାରୁ 2ଟି ଗେଟ ବନ୍ଦ କରାଯାଇଥିବା ସୂଚନା ମିଳିଛି l ସୂଚନା ଯୋଗ୍ୟ ଯେ ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ରହିଛି 611.60 ଫୁଟ l ଏହି ସମୟରେ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 1,82.392 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି ଓ 18ଟି ଗେଟ ଜରିଆରେ ସେକେଣ୍ଡ ପ୍ରତି 3,32,852 କ୍ୟୁସେକ ଜଳ ନିଷ୍କାସନ ହେଉଛି l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.