ETV Bharat / snippets

ନଗରପାଲଙ୍କ ନାଁରେ ଅନସ୍ଥା ପ୍ରସ୍ତାବ ଆଣିଲେ କାଉନସିଲର

author img

By ETV Bharat Odisha Team

Published : Jul 17, 2024, 6:20 PM IST

No Confidence Motion Against Junagarh NAC Chairman
No Confidence Motion Against Junagarh NAC Chairman (ETV Bharat Odisha)

ଭବାନୀପାଟଣା: କଳାହାଣ୍ଡି ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପି ଦଖଲରେ ରହିଛି । ବିଗତ ନିର୍ବାଚନରେ ବିଜେପିର ମୁକେଶ ଅଗ୍ରୱାଲ ନଗରପାଳ ଭାବରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ଟି ୱାର୍ଡ ମଧ୍ୟରୁ ୧୦ଟି ବିଜେଡି ଓ 2ଟି ବିଜେପି ହାତକୁ ଯାଇଥିଲା । ନିର୍ବାଚନର ପ୍ରାୟ ୩ ବର୍ଷ ପରେ ଏବେ ବିଜେଡିର ୧୦ ଜଣ କାଉନସିଲର ମିଶି ନଗରପାଳ ମୁକେଶ ଅଗ୍ରୱାଲଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଅଗତ କରିଛନ୍ତି । ଆଜି ସମସ୍ତ କାଉନସିଲର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅନାସ୍ଥା ପ୍ରସ୍ତାବ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷ ମନମାନି କରୁଥିବା ଅଭିଯୋଗ କରି ସମସ୍ତ କାଉନସିଲର ଅଧ୍ୟକ୍ଷଙ୍କ ବିରୋଧରେ ଗର୍ଜିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.