ETV Bharat / snippets

ମାଡ଼ିଆସିଲା ମାଲ ବୋଝେଇ ଟ୍ରେନ, ଚାପି ହୋଇଗଲେ ଅନେକ ଗାଈ ସହ ମେଣ୍ଢା ଓ ଛେଳି

author img

By ETV Bharat Odisha Team

Published : Aug 26, 2024, 8:57 PM IST

Koraput Bheja station
Koraput Bheja station (ETV Bharat Odisha)

କୋରାପୁଟ: କୋରାପୁଟ ଜିଲ୍ଲାରେ ରେଳ ଦୁର୍ଘଟଣାରେ ଅନେକ ଗାଈ ଓ ଛେଳିମେଣ୍ଢା ମୃତ୍ୟୁବରଣ କରିଛନ୍ତି । କୋରାପୁଟରୁ ଆରାକୁ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଯାଇଥିବା ରେଳ ଲାଇନ ଉପରେ ଭେଜା ରେଳ ଷ୍ଟେସନ ନିକଟରେ ଆଜି ସକାଳେ ମାଲବାହୀ ଟ୍ରେନ ଧକ୍କାରେ ୫ରୁ ଊର୍ଦ୍ଧ୍ବ ଗାଈ ୧୨ଟି ମେଣ୍ଢାର ମୃତ୍ୟୁ ଘଟିଛି । ରେଳ ଧାରଣା ଡେଇଁବା ବେଳେ ଗାଈ ପଲ ଉପରେ ମାଲବାହୀ ଟ୍ରେନ ସେମାନଙ୍କ ଉପରକୁ ମାଡିଯାଇଥିଲା । ମାଲ ବୋଝେଇ ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ରେଳ ଯାତାୟତରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନଥିବା ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.