ETV Bharat / snippets

ଭୋଟ ଦେବାକୁ ଆସି ଟଳି ପଡିଲେ ବୃଦ୍ଧ- VOTER DIED AT POLLING STATION

author img

By ETV Bharat Odisha Team

Published : Jun 1, 2024, 12:04 PM IST

voter died at polling station
voter died at polling station (ETV Bharat Odisha)

ବାଲେଶ୍ୱର: ଭୋଟ ଦେବାକୁ ଆସି ଟଳିପଡିଲେ ବୃଦ୍ଧ । ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ଈଶ୍ୱରପୁର ଅଞ୍ଚଳର ଏକ ବୁଥରେ ଅଭାବନୀୟ ଘଟଣା ଘଟିଛି । ଈଶ୍ଵରପୁର ବୁଥ୍ ନଂ ୧୫୯ରେ ଭୋଟ ଦେବା ପାଇଁ ଧାଡିରେ ଅପେକ୍ଷା କରିଥିବା ସେହି ଗ୍ରାମର ୮୦ ବର୍ଷିୟ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ହଠାତ ଅଚେତ ହୋଇପଡିଥିଲେ । ସେଠାରୁ ତାଙ୍କୁ ତୁରନ୍ତ ଈଶ୍ୱରପୁର ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଅସହ୍ୟ ଗରମ ଗୁଳୁଗୁଳି ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ପୋଷ୍ଟମର୍ଟମ ପରେ ପ୍ରକୃତ କାରଣ ଜଣାପଡିବ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.