ଭୁବନେଶ୍ବର: ରାଜ୍ୟରେ ଆଉ କେହି ରହିବେନି ଅନ୍ଧାରରେ । ସେପ୍ଟେମ୍ବର ସବୁ ଘରେ ପହଞ୍ଚିବ ବିଜୁଳି । ଆଜି କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ସମସ୍ତଙ୍କ ଘରେ ପହଞ୍ଚିବ ବିଜୁଳି । ବିଦ୍ୟୁତକରଣ ହୋଇନଥିବା ଘରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସମସ୍ତ ଘରକୁ ବିଜୁଳି ଯୋଗାଇ ଦେବାକୁ 415 କୋଟି ଟଙ୍କା ସମସ୍ତ ଡିସକମ ମାନଙ୍କୁ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।
ଇଟିଭି ଭାରତ, ଭୁବନେଶ୍ବର