ETV Bharat / snippets

ରାଉରକେଲା ବିଜେଡି ବିଧାୟକଙ୍କ ପଦ ରଦ୍ଦ କରିବାକୁ ହାଇକୋର୍ଟରେ ମାମଲା

author img

By ETV Bharat Odisha Team

Published : Jun 22, 2024, 11:33 AM IST

Dillip Ray Moves Orissa high court
Dillip Ray Moves Orissa high court (ETV Bharat Odisha)

କଟକ: ହାଇକୋର୍ଟରେ ରାଉରକେଲା ନିର୍ବାଚନ ଅନିୟମିତତା ମାମଲା । ରାଉରକେଲାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ଦାୟର ହେଲା ନିର୍ବାଚନୀ ମାମଲା । ସାରଦା ନିଜ ମନୋନୟନ ପତ୍ରରେ ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଏହି ମାମଲା ଦାୟର କରିଥିବା ଜଣାପଡ଼ିଛି ।
ନାମାଙ୍କନ ସମୟରେ ସାରଦା ନିଜ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲା ବିଷୟରେ ତଥ୍ୟ ଲୁଚାଇବା ସହ ନିଜର ସ୍ଥାବର/ଅସ୍ଥାବର ସମ୍ପତ୍ତିର ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ପୂର୍ବରୁ ରାଉରକେଲାରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ସେହି ଅଭିଯୋଗକୁ ଅଣଦେଖା କରାଯାଇଥିବା ନେଇ ଦିଲ୍ଲୀପ, ଆବେଦନରେ ଦର୍ଶାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.