କୋରାପୁଟ: ନୂଆ କଲୋନୀ ନିକଟସ୍ଥ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସେମିଳିଗୁଡାର 40 ବର୍ଷୀୟ ମହେନ୍ଦ୍ର ନାୟକ ଓ ସେ ଜଣେ ପ୍ରତିଷ୍ଠିତ ସଂସ୍ଥାରେ ଚାକିରି କରୁଥିଲେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ପ୍ରତିଦିନ ଭଳି ସେ ଆଜି ସକାଳୁ ଅଫିସ ବାହାରିଥିଲେ । ହେଲେ ରେଳ ଲାଇନରୁ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ ପୋଲିସ ତାଙ୍କ ସ୍କୁଟିକୁ ଜବତ କରିଛି । ସମଲେଶ୍ୱରୀ ଟ୍ରେନ ସହ ତାଙ୍କ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ପଠାଇଛି ।
ଇଟିଭି ଭାରତ, କୋରାପୁଟ