ETV Bharat / snippets

ବାଇକ-ପିକଅପ୍ ମୁହାଁମୁହିଁ ଧକ୍କା, ୨ ମୃତ

author img

By ETV Bharat Odisha Team

Published : Jul 2, 2024, 7:47 AM IST

Nabarangapur Accident
Nabarangapur Accident (ETV Bharat Odisha)

ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଫାଣ୍ଡି ଅନ୍ତର୍ଗତ ଝାଡ଼କୁସୁମୀ ଛକ ନିକଟରେ ପିକଅପ- ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ l ବାଇକ ଚଳାଉଥିବା ମୃତ ଯୁବକ ପାପଡାହାଣ୍ଡି ବ୍ଲକ ପାତ୍ରଗୁଡାର ପ୍ରସାଦ ହୋଇଥିବା ବେଳେ ବାଇକରେ ବସିଥିବା ମହିଳା ଜଣକ ବାଲିଗୁଡା ଗ୍ରାମର ରେବତୀ ଯାନୀ l ମୈଦଲପୁର ପଟରୁ ବାଇକ ପାପଡାହାଣ୍ଡି ଆଡକୁ ଆସୁଥିଲା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନଟି ସାମ୍ନା ପଟୁ ଧକ୍କା ଦେଇଥିଲା l ଫଳରେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରତର ଅବସ୍ଥାରେ ପାପଡାହାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି l ଅନ୍ୟପଟେ ପାପଡାହାଣ୍ଡି ପୋଲିସ ପହଞ୍ଚି ପିକ୍କଅପ ଭ୍ୟାନ ଡ୍ରାଇଭର ଓ ହେଲପରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.