ଡେରାଡୁନ: ଉତ୍ତରାଖଣ୍ଡ ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ସେଠାରେ ଆଜି(ସୋମବାର) ସପରିବାର ସହ ଭଗବାନ ବଦ୍ରିନାଥ ଓ କେଦାରନାଥ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଆଜି ସକାଳ ୮ଟାରେ ପ୍ରଥମେ ହେଲିକାପ୍ଟରରେ କେଦାରନାଥ ଧାମରେ ପହଞ୍ଚିଥିଲେ ରାଜ୍ୟପାଳ । ସେଠାରେ ତାଙ୍କୁ ମନ୍ଦିର କମିଟି ଦ୍ୱାରା ସ୍ୱାଗତ କରାଯିବା ସହ ପୂଜାର୍ଚ୍ଚନା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କେଦାରନାଥରେ ଦର୍ଶନ ଓ ଜଳାଭିଷେକ କରିବା ପରେ ବଦ୍ରିଧାମ ଯାତ୍ରା କରିଥିଲେ ରାଜ୍ୟପାଳ ଓ ତାଙ୍କ ପରିବାର । ସକାଳ ୯.୩୦ ସୁଦ୍ଧା ବଦ୍ରିଧାମରେ ସେଠାରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ