ETV Bharat / snippets

ଛତିଶଗଡ଼ରେ ଏନକାଉଣ୍ଟର, ଟଳିଲେ 7 ହାର୍ଡକୋର ନକ୍ସଲ -NAXALITES KILLED

author img

By ETV Bharat Odisha Team

Published : Jun 7, 2024, 9:34 PM IST

Updated : Jun 7, 2024, 10:46 PM IST

NAXAL ENCOUNTER IN DANTEWADA
NAXAL ENCOUNTER IN DANTEWADA (ETV Bharat)

ରାୟପୁର: ଛତିଶଗଡ଼ର ଦନ୍ତେୱାଡା-ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଏନକାଉଣ୍ଟର । ସର୍ଚ୍ଚ ଅପରେସନ ସମୟରେ ମୁହାଁମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ । ଏହି ଏନକାଉଣ୍ଟରରେ 7ଜଣ ହାର୍ଡକୋର ନକ୍ସଲ ନିହତ ହୋଇଛନ୍ତି । ଏମାନଙ୍କଠାରୁ ମାରଣାସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି । ପୋଲିସର କହିବାନୁସାରେ ଫୋର୍ସ ବସ୍ତର ଡିଭିଜନର ମୁଁଗେଡି ଓ ଗୋବଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ବାହାରିଥିଲେ । ଏହି ସମୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ନାରାୟଣପୁର, କୋଣ୍ଡାଗାଓଁ, ଦନ୍ତେୱାଡା, ଜଗଦଲପୁରର ଡିଆରଜି ଓ 45 ବାଟାଲିୟନର ଆଇଟିବିପି ବଳ ସାମିଲ ଥିଲେ । ସେପଟେ ଦନ୍ତେୱାଡା ଏସପି ଗୌରବ ରାୟ ଓ ନାରାୟଣପୁର ଏସପି ପ୍ରଭାତ କୁମାର ସର୍ଚ୍ଚ ଅପରେସନ ଉପରେ ନଜର ରଖିଛନ୍ତି । ଏନକାଉଣ୍ଟରରେ ଡିଆରଜିର 3ଜଣ ଯବାନ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ- ଛତିଶଗଡ଼ ପୋଲିସକୁ ସଫଳତା; ବିଜାପୁରରେ 33 ନକ୍ସଲଙ୍କ ଆତ୍ମସମର୍ପଣ, ସୁକମାରେ 2 ନିହତ

Last Updated : Jun 7, 2024, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.