ETV Bharat / snippets

ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ରୁ ଅଧିକ ମୃତ ଆଶଙ୍କା -Chhattisgarh Blast

author img

By ETV Bharat Odisha Team

Published : May 25, 2024, 1:09 PM IST

ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ରୁ ଅଧିକ ମୃତ ଆଶଙ୍କା
ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ରୁ ଅଧିକ ମୃତ ଆଶଙ୍କା (ETV Bharat Odisha)

ରାୟପୁର: ଛତିଶଗଡ଼ ବେମେତରା ଜିଲ୍ଲାର ଏକ ବାରୁଦ କାରଖାନାରେ ଆଜି ସକାଳେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଏକାଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଅନେକ ଲୋକ ବିସ୍ଫୋରଣ ସ୍ଥଳରେ ଦବି ହୋଇରହିଥିବା କୁହାଯାଉଛି । ତେବେ ମୃତାହତ ସଂଖ୍ୟା ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟ କରାଯାଇନାହିଁ । ବର୍ତ୍ତମାନ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସକାଳେ ଘଟିଥିବା ଏହି ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଥରି ଯାଇଥିଲା ସମଗ୍ର ଅଞ୍ଚଳ । ଅନେକ କିଲୋମିଟର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଏଥିରେ ଭୟଭୀତ ହୋଇ ଆଖପାଖ ଗାଁର ହଜାର ହଜାର ଲୋକେ ଆସି କାରଖାନା ନିକଟରେ ରୁଣ୍ଡ ହୋଇଯାଇଥିଲେ । ରେସ୍କ୍ୟୁ ଟିମ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.