ETV Bharat / snippets

ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କଲେ ଉପେନ୍ଦ୍ର ଦ୍ବିବେଦୀ

author img

By ETV Bharat Odisha Team

Published : Jun 30, 2024, 10:48 PM IST

General Upendra Dwivedi
General Upendra Dwivedi (ANI)

ନୂଆଦିଲ୍ଲୀ: ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ଵ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଆଜି ପୂର୍ବତନ ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନ ନେଇଛନ୍ତି ଉପେନ୍ଦ୍ର । ଉପେନ୍ଦ୍ର ଦ୍ବିବେଦୀ ଏବେ ସ୍ଥଳସେନାର ଉପାଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି । ଚଳିତବର୍ଷ ଫେବୃଆରୀ ୧୯ରେ ଉପେନ୍ଦ୍ର ସ୍ଥଳସେନା ଉପମୁଖ୍ୟ ଦାୟିତ୍ବ ନେଇଥିଲେ । 1984 ମସିହାରେ ଜମ୍ମୁକାଶ୍ମୀର ରାଇଫଲ୍ସ ଜରିଆରେ ସେ ସେନାରେ ପ୍ରବେଶ କରିଥିଲେ । ମଧ୍ୟପ୍ରଦେଶ ରେୱା ସ୍ଥିତ ସୈନିକ ସ୍କୁଲର ଆଲୁମନି ହେଉଛନ୍ତି ଦ୍ବିବେଦୀ । ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି । ଭାରତୀୟ ସେନାରେ ପ୍ରାୟ ୪୦ବର୍ଷ ଧରି କାର୍ଯ୍ୟ ସାରିଥିବା ଦ୍ବିବେଦୀଙ୍କୁ ସ୍ଥଳସେନାର ସର୍ବୋଚ୍ଚ କମାଣ୍ଡିଂ ପଦକୁ ଉନ୍ନୀତ କରାଯାଇଛି ।

ଏହା ବି ପଢନ୍ତୁ- ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ, ୩୦ରେ ଗ୍ରହଣ କରିବେ କାର୍ଯ୍ୟଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.