ଝାରସୁଗୁଡାର ଯୁବ ଭୋଟରଙ୍କ ପସନ୍ଦ ସଚ୍ଚୋଟ ଓ ବିକାଶ ଅନ୍ବେଷୀ ନେତା - GENERAL ELECTION 2024 - GENERAL ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 8, 2024, 10:44 PM IST

YOUTH VOTERS IN JHARSUGUDA: ଝାରସୁଗୁଡା: ଏଥରର ସାଧାରଣ ନିର୍ବାଚନକୁ ନେଇ ଜନତା ବିଶେଷ କରି ନୂଆ କରି ଭୋଟ ଦେବାକୁ ଥିବା ଯୁବ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ତେବେ ନିଜର ଭୋଟକୁ ସଠିକ୍ ପ୍ରାର୍ଥୀଙ୍କୁ ଦେବାକୁ ମନସ୍ଥ କରିଛନ୍ତି ଯୁବ ଭୋଟର । କୌଣସି ପ୍ରକାର ପ୍ରଲୋଭନର ବଶବର୍ତ୍ତୀ ନହୋଇ ନିଜର ବହୁ ମୂଲ୍ୟ ଭୋଟକୁ ସାବ୍ୟସ୍ତ କରିବେ ଯୁବ ଭୋଟର ।   ଦେଶର ବିକାଶ ଯିଏ କରିବ ତାକୁ ହିଁ ନିଜର ଭୋଟ ଦେବେ ବୋଲି ଯୁବ ଭୋଟର ମତ ରଖିଛନ୍ତି । ଅଞ୍ଚଳର ବିକାଶ, ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, ସରକାରୀ ମହାବିଦ୍ୟାଳୟ, ଉଚିତ ସ୍ବାସ୍ଥ୍ୟ ସେବା ଆଦି ଯେଉଁ ରାଜନୈତିକ ଦଳ ଯୋଗାଇଦେବ ତାକୁ ହିଁ ଏଥର ଭୋଟ ଯିବ । ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭୋଟ ପାଇଁ ପଞ୍ଜୀକରଣ କରିସାରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ ... ବେଶ୍ ଉତ୍ସାହିତ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଯୁବ ଭୋଟର, 'ଦେଶର ବିକାଶରେ ରହିବ ଅବଦାନ' - Sundargarh Youth Voters

ପ୍ରକାଶ ଯୋଗ୍ୟ ଯେ ଚଳିତ ବର୍ଷ ନୂତନ ଭୋଟର ତାଲିକା ଭୁକ୍ତ ପ୍ରକ୍ରିୟା ରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସାବାଳକ ଯୁବ ଛାତ୍ରୀ 840 ଜଣଙ୍କ ମଧ୍ୟରୁ 810 ଜଣ ଛାତ୍ରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବା ଝାରସୁଗୁଡ଼ା ସହରର ଶିକ୍ଷାନୁଷ୍ଠାନ ମଧ୍ୟରେ ଶ୍ରେଷ୍ଠ ରେକର୍ଡ ଅଟେ । ଯୁବ ଭୋଟରଙ୍କ ପ୍ରଥମ ପସନ୍ଦ ବିକାଶ ଅଭିମୁଖୀ ନେତା । ଏଥର ଡିସାଇଡର ହେବେ ଯୁବ ଭୋଟର ତେଣୁ ନିର୍ବାଚନରେ ସମସ୍ତ ପ୍ରାର୍ଥୀଙ୍କ ନଜର ରହିବ ଏହି ଯୁବ ପିଢ଼ି । ସେମାନଙ୍କୁ ଫୋକସ କରି ନିର୍ବାଚନୀ ରଣ ନୀତି ପ୍ରସ୍ତୁତ କରିବେ ରାଜନୈତିକ ଦଳ । 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.