ମହଙ୍ଗା ପଡ଼ିଲା ଷ୍ଟଣ୍ଟ, ଜଣକୁ ଗିରଫ କଲା ସମ୍ବଲପୁର ପୋଲିସ - Stunt On Street

🎬 Watch Now: Feature Video

thumbnail

ସମ୍ବଲପୁର: ରାସ୍ତା ଉପରେ ପତାକା ଧରି ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ପଡ଼ିଲା ମହଙ୍ଗା । ଗତ 16 ତାରିଖରେ ଏକ ପର୍ବ ପାଳନ ହେଉଥିଲା । ଏହି ଅବସରରେ ସମ୍ବଲପୁର ସହରର ରିଙ୍ଗ ରୋଡରେ କିଛି ଯୁବକ କାରରେ ବସି ବେପରୁଆ କାର ଚାଳନା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ମୋଟ 4 ଜଣ ସମ୍ପୃକ୍ତ ଥିବା କୁହାଯାଉଥିବା ବେଳେ, ସମ୍ବଲପୁର ପୋଲିସ ଜଣକୁ ଗିରଫ କରିଛି ।  

ଏହା ବି ପଢନ୍ତୁ...କାର୍‌ରେ ଷ୍ଟଣ୍ଟ କରୁଥିଲେ ନାବାଳକ; ସ୍କୁଟି ସହ ଧକ୍କା ଦେବାରୁ ଚାଲିଗଲା ମାଆ ଜୀବନ, ଝିଅ ଗୁରୁତର

ଏହା ବି ପଢନ୍ତୁ...ବାଲେଶ୍ବରରେ ସାମ୍ପ୍ରଦାୟିକ ବିବାଦ, ଶାନ୍ତି ପାଇଁ କଂଗ୍ରେସର ଅପିଲ - balasore group clash

ଏହା ମଧ୍ୟ ପଢନ୍ତୁ .....ଇଦ୍‌ରେ ଅଶାନ୍ତ ବାଲେଶ୍ବର ! ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଡ଼ିଲା ଟେକା ପଥର - Group Clash In Balasore

ଏହା ବି ପଢନ୍ତୁ...ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ; 5 ଆହତ, ଭାଙ୍ଗିଲା ଏସପିଙ୍କ ଗାଡ଼ି - Group Clash In Balasore

ଜଣେ ଗିରଫ:

ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ । ସେ କହିଛନ୍ତି,"ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରିସାରିଛି । ରେସ ଡ୍ରାଇଭିଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ସେହି କାରକୁ ଆମେ ଜବତ କରିଛୁ, ଜଣେ ବ୍ୟକ୍ତଙ୍କୁ ଆମେ ଗିରଫ କରିଛୁ, ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି, ତଦନ୍ତ ପ୍ରକ୍ରିୟା ଜାରି ରହିଛି । ମିଶ୍ରିତ ଅପରାଧ ରହିଛି । ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ଇଟିଭି ଭାରତ, ସମ୍ବଲପୁର

 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.