ଲୁହା ଓ GI ଷ୍ଟିଲରେ ମହାପ୍ରଭୁ, ଯୁବ କାରିଗରଙ୍କ ଅନନ୍ୟ ଭକ୍ତିଭାବ - Jagannath Iron And Steel Statue - JAGANNATH IRON AND STEEL STATUE
🎬 Watch Now: Feature Video
Published : Jul 11, 2024, 8:24 PM IST
Lord Jagannath Iron Statue: ରାଉରକେଲା: ମହାପ୍ରଭୁଙ୍କ ପ୍ରେମରେ ଯିଏ ପଡିଛି ଜୀବନର ଅସଲି ଅର୍ଥ ସିଏ ହିଁ ଜାଣି ପାରିଛି । ବର୍ତ୍ତମାନ ରଥଯାତ୍ରା ଅବସରରେ ରାଉରକେଲାର ଜଣେ କାରିଗରଙ୍କ କାହାଣୀ ବର୍ତ୍ତମାନ ସମସ୍ତଙ୍କୁ ଆକର୍ଷିତ କରିଛି । ବର୍ତ୍ତମାନ ମହାପ୍ରଭୁଙ୍କ ପ୍ରେମରେ ମତୁଆଲା ରାଉରକେଲା ସହରର ଜଣେ କାରିଗର । ନିଜର କାରିଗରୀରେ ମହାପ୍ରଭୁଙ୍କୁ ତିଆରି କରିବାରେ ଲାଗିଛନ୍ତି କାରିଗର ଜଣକ । ମହାପ୍ରଭୁଙ୍କ ବିଗ୍ରହ ସବୁବେଳେ ଦାରୁରେ ହେଉଥିବା ବେଳେ ସେ ନିଜ କାର୍ଯ୍ୟ ଦକ୍ଷତା ଶୈଳୀରେ ଲୁହା, ଷ୍ଟେନଲେସ ଷ୍ଟିଲ, ଷ୍ଟିଲ ଚାଦର ଏବଂ ଅନ୍ୟାନ୍ୟ ଧାତୁରେ ମହାପ୍ରଭୁଙ୍କୁ ଆକାର ଦେଇ ତାଙ୍କୁ ଆଙ୍କିଛନ୍ତି ।
କାରିଗର ଜଣକ ହେଉଛନ୍ତି ରାଉରକେଲା ସହରର ସେକ୍ଟର ୫ ଅଞ୍ଚଳର ଅଶ୍ବିନୀ କୁମାର ମିଶ୍ର । ପେସାରେ ସେ ଜଣେ ହେଉଛନ୍ତି ୱେଲଡର । ନିଜ ଦୋକାନ ଦେଇ ୱେଲଡିଙ୍ଗ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ପାଠ କେବଳ ଚତୁର୍ଥ ଶ୍ରେଣୀ ଯାଏ ପଢ଼ିଛନ୍ତି କିନ୍ତୁ କଳା ଏବଂ କାରିଗରୀ ତାଙ୍କ ଭିତରେ ନିଖୁଣ ହୋଇ ଭରି ରହିଛି । ତେବେ ୱେଲଡିଂ ଦୋକାନ ଦେବା ସହ ଏହିଭଳି ଲୁହା, ଷ୍ଟିଲ ଗୁଡିକରେ ବହୁ ପ୍ରକାର ସାମଗ୍ରୀ ତିଆରି କରି ନିଜର କାରିଗରୀକୁ ପ୍ରଦର୍ଶନ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ... ଦିଆସିଲି କାଠିରେ ତିନି ରଥ, ମନ ମୋହୁଛି ଯୁବ ଶିଳ୍ପୀଙ୍କ କଳାକୃତି - Ice Cream And Match Stick Ratha
ମହାପ୍ରଭୁଙ୍କ ପ୍ରତି ଏତେ ଭଲ ପାଇବା ଏବଂ ତାଙ୍କୁ ଆକାର ଦେବାକୁ ଇଛା ବର୍ତ୍ତମାନ ତାଙ୍କୁ ଲୋକଙ୍କ ମଧ୍ୟରେ ଆଦୃତ କରିଛି । ତେବେ ସେ କହନ୍ତି ଯେ ପ୍ରାୟ ଦଶ ବର୍ଷ ତଳେ ପୁରୁଣା ଦୋକାନରେ କାମ କରୁଥିବା ବେଳେ ଗଛ ମୂଳରେ ଅଧା ପୋତି ହୋଇଥିବା ମହାପ୍ରଭୁଙ୍କ ମୂର୍ତ୍ତିକୁ ସେ ପାଇଥିଲେ ଏବଂ ଏହାକୁ ଘରକୁ ନେଇ ଆସିଥିଲେ ଅଶ୍ବିନୀ ଏବଂ ଏହାପରେ ମହାପ୍ରଭୁଙ୍କ ଲୀଳା ଯେଉଁଭଳି ମହାପ୍ରଭୁଙ୍କ ଭକ୍ତିରେ ସେ ହଜିଗଲେ ଏବଂ ଚିନ୍ତା କଲେ ମହାପ୍ରଭୁଙ୍କ ଷ୍ଟିଲ GI ଶୀଟ ସହ ଲୁହା ଏବଂ ଷ୍ଟିଲ ଚାଦରରେ ନିଜର କାରିଗରୀକୁ ପ୍ରୋତ୍ସାହନ ଦେଇ ରଥଯାତ୍ରାରେ ମହାପ୍ରଭୁଙ୍କ ଲୁହାର ମୂର୍ତ୍ତି ତିଆରି କରିଥିଲେ । ଲୋକେ ମଧ୍ୟ ଏହାକୁ ଖୁବ ଆଦୃତ କରିବା ସହ ତାଙ୍କ କାରିଗରୀକୁ ଏବଂ ମହାପ୍ରଭୁଙ୍କ ପ୍ରତି ଭଲ ପାଇବାକୁ ନେଇ ଖୁବ ପ୍ରଶଂସା କରୁଛନ୍ତି ।
ଇଟିଭି ଭାରତ, ରାଉରକେଲା