ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ନିଆରା ଢଙ୍ଗରେ ଦାବି ଜଣାଇଲେ ଯୁବ ଚିତ୍ରଶିଳ୍ପୀ - Srimandira Ratna Bhandar Opening

By ETV Bharat Odisha Team

Published : Jul 4, 2024, 5:44 PM IST

thumbnail
Young Artist Demands Ratna Bhandar Opening (ETV Bharat Odisha)

Young Artist Demands Ratna Bhandar Opening: ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟରେ ବିଭିନ୍ନ ମହଲରୁ ଦାବି ଉଠିଛି । ଏହି କ୍ରମରେ ରତ୍ନ ଭଣ୍ଡାର ଖୋଲିବା ଦାବି ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି ପୁରୀର ଯୁବ ଚିତ୍ର ଶିଳ୍ପୀ ।  ଏହି ପ୍ରସଙ୍ଗକୁ ନେଇ ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ଵଜିତ ନାୟକ ଆଇସକ୍ରିମ କାଠିରେ ଏକ ସୁନ୍ଦର କଳାକୃତି କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଦ୍ୟମ କରିଛନ୍ତି । ସେ କହିଛନ୍ତି, 'ମୁଁ ଯୁବ କଳାକାର ହିସାବରେ ମୋ କଳାକୃତି ମାଧ୍ୟମରେ ଏକ ଜଗନ୍ନାଥଙ୍କ ଭକ୍ତ ହିସାବରେ ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ଅନୁରୋଧ କରୁଛି । ଯେଉଁ ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାରକୁ ନେଇ ସାରା ଓଡିଶାବାସୀଙ୍କର ଗୋଟିଏ ପ୍ରଶ୍ନ ରତ୍ନଭଣ୍ଡାର କେବେ ଖୋଲିବ ଓ ରତ୍ନଭଣ୍ଡାର ସୁରକ୍ଷିତ ଅଛି ନା ନାହିଁ ଏହାର ତଦନ୍ତ ନିମନ୍ତେ ମୁଁ ରତ୍ନଭଣ୍ଡାର ଧାରଣାରେ ନୂଆ ଆଇସକ୍ରିମ କାଠିରେ ହସ୍ତଶିଳ୍ପ ପ୍ରସ୍ତୁତି କରିଛି ।'

ଏହା ମଧ୍ୟ ପଢନ୍ତୁ ... ଅଣସରର ଆଜି ତ୍ରୟୋଦଶୀ ତିଥୀ, ଶ୍ରୀଜିଉଙ୍କୁ ଲାଗି ହେବ ଘଣା ଓ ଖଳି ପ୍ରସାଦ - Ratha yatra 2024

ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ରାଜ୍ୟ ସରକାର ଖୋଲନ୍ତୁ ଯାହା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଏହି ଅପେକ୍ଷାରେ ଅଛନ୍ତି ବୋଲି କହିଛନ୍ତି ବିଶ୍ବଜିତ । ଏହି କଳାକୃତି କରିବା ପାଇଁ 3 ଦିନ ସମୟ ଲାଗିଥିଲା । ଏହି କଳାକୃତି ରେ ରଙ୍ଗ, ଅଠା ଓ ନୂଆ ଆଇସକ୍ରିମ କାଠି ବ୍ୟବହାର କରିଛି । ଏହାର ଉଚ୍ଚତା 8 ଇଞ୍ଚ ଓ ପ୍ରସ୍ଥ 20 ଇଞ୍ଚ, 475 ଆଇସକ୍ରିମ କାଠି ବ୍ୟବହାର କରି ତିଆରି କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.