ବାଲୁକା ଚିତ୍ରକଳାରେ ତମାଖୁ ସେବନ ଭୟାବହତା ନେଇ ସଚେତନତା ବାର୍ତ୍ତା - Sudershan Pattnaik tobacco message

By ETV Bharat Odisha Team

Published : May 31, 2024, 12:06 PM IST

thumbnail
Sudershan Pattnaik (ETV Bharat Odisha)

Sudershan Pattnaik tobacco message ପୁରୀ: ବାଲୁକା ଚିତ୍ରକଳାରେ ତମାଖୁ ସେବନ ଭୟାବହତା ନେଇ ସଚେତନତା ବାର୍ତ୍ତା । ଆଜି ବିଶ୍ବ ତମାଖୁ ବର୍ଜନ ଦିବସ  । ଏହି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଏକ ସୁନ୍ଦର ବାଲୁକା କଳାକୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ସୁଦର୍ଶନଙ୍କ ଦ୍ବାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ ଦ୍ବାରା ମଣିଷ ଶରୀର ଉପରେ କିଭଳି ଏହାର କୁପ୍ରଭାବ ପଡିଥାଏ ତାହା ଦର୍ଶାଇଛନ୍ତି । 

ଏହାମଧ୍ୟ ପଢନ୍ତୁ.. ତମାଖୁ ସେବନ ପାଇଁ ପ୍ରତି ସେକେଣ୍ଡ୍‌ରେ ଯାଉଛି ଜୀବନ, ଛାଡିବାକୁ ଆପଣାନ୍ତୁ ଏହି ଉପାୟ - World No Tobacco Day

ତମାଖୁ ସେବନ ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ ଓ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ସୁଦର୍ଶନ ତାଙ୍କ ବାଲୁକା ଚିତ୍ର କଳା ମାଧ୍ୟମରେ ଏହାର ଭୟାବହତା ଦର୍ଶାଇବା ସହ SAY NO TO TOBACCOର ସଚେତନତା ବାର୍ତ୍ତା ଦେଇଛନ୍ତି । ସୁଦର୍ଶନଙ୍କ ଦ୍ବାରା ନିର୍ମିତ ଏହି ବାଲୁକାକଳାକୁ ଦେଖ‌ିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖୁବାକୁ ମିଳିଥିଲା ।

ଇଟିଭି ଭାରତ , ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.