thumbnail

ବାତ୍ୟା ବେଳେ ଜନ୍ମ ନେଲା ଶିଶୁପୁତ୍ର, ନାମକରଣ ହେଲା 'ଦାନା'

By ETV Bharat Odisha Team

Published : 3 hours ago

କେନ୍ଦ୍ରାପଡ଼ା: ଏପଟେ ତାଣ୍ଡବ ରଚୁଥିଲା ବାତ୍ୟା 'ଦାନା' । ସେପଟେ ପ୍ରସବ ଯନ୍ତ୍ରଣା ସୁହୁଥିଲା ମା' । ପବନର ସୁସୁ ଗର୍ଜନ ମଧ୍ୟରୁ ସୁଭିଲା କୁଆଁ କୁଆଁ ରାବ । ଜନ୍ମ ନେଲା ଶିଶୁପୁତ୍ର 'ଦାନା' । ଗତକାଲି ମଧ୍ୟରାତ୍ରିରେ ବାତ୍ୟା 'ଦାନା' ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ହାବେଳିଖଟିରେ ଲ୍ୟାଣ୍ଡଫଲ କରିବା ସମୟରେ ତାଳଚୁଆ ଠାରେ ସମୁଦ୍ର କୂଳ ଲଙ୍ଘୁଥିଲା ।ପବନର ସୁ ସୁ ଗର୍ଜ୍ଜନ ସମୟ ଅର୍ଥାତ ଠିକ ବାତ୍ୟା ଲ୍ୟାଣ୍ଡଫଲ ସମୟରେ କେନ୍ଦ୍ରାପଡା ରାଜନଗର ବ୍ଲକ ଅଧିନ କେରୁଆପାଳ ପଞ୍ଚାୟତ ଗିରିଆପାହି ଗାଁର ଲାଲମୋହନ ଦାସଙ୍କ ପତ୍ନୀ ପ୍ରଣତି ଦାସଙ୍କ କୋଳ ମଣ୍ଡନ କରିଥିଲା ଶିଶୁପୁତ୍ର । ତାଳଚୁଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଗତକାଲି ରାତିରେ ଜନ୍ମ ନେଇଥିବା ଏହି ଶିଶୁପୁତ୍ରର ନାମ କରାଣ କରାଯାଇଛି 'ଦାନା' । 

ଲାଲମୋହନ ଦାସଙ୍କ ପତ୍ନୀ ପ୍ରଣତି ଦାସ ପୂର୍ବରୁ ୨ଥର ମାତୃତ୍ୱ ଲାଭ କରିଥିବା ବେଳେ ୨ଟି ଝିଅର ଜନନୀ ଅଟନ୍ତି । ତେବେ ଗତ ରାତିରେ ପ୍ରସବ ଜନିତ ଯନ୍ତ୍ରଣା ପରେ ତାଳଚୁଆର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।ସେଠାରେ ସଜାଗ ଥିବା ମେଡିକାଲ ଟିମ ଓ ଡାକ୍ତର ଉପାସନା ବିଶ୍ୱାଳ ସହଯୋଗରେ ପ୍ରଣତିଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଗୋଟିଏ ପଟେ ବାତ୍ୟା 'ଦାନା' ବର୍ଷକର ଦାନା ଅର୍ଥାତ ଫସଲ ନଷ୍ଟ କରିଥିବା ବେଳେ ଈଶ୍ୱର "ଦାନା" ନାଁରେ ନାତିଟିଏ ଦେଇଥିବାରୁ ବହୁତ ଖୁସି ବୋଲି କହିଛନ୍ତି ପ୍ରଣତିଙ୍କ ଶାଶୁ ଜୟନ୍ତୀ ଦାସ । ଅନ୍ୟପଟେ ବାତ୍ୟା ସମୟରେ ମେଡିକାଲ ଟିମର ସଜାଗ ଯୋଗୁଁ ଶିଶୁଟିଏ ଜନ୍ମ ହେଲା ଓ ଏବେ ଉଭୟ ମା' ଏବଂ ଶିଶୁ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ଉପାସନା ।
 

ଏହା ମଧ୍ୟ ପଢ଼ନ୍ତୁ...ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ଏହା ମଧ୍ୟ ପଢ଼ନ୍ତୁ...'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା


ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.