ଅଦିନିଆ ବର୍ଷାରେ ଜଳାର୍ଣ୍ଣବ କଟକ, ଚଣ୍ଡି ମନ୍ଦିରରେ ଆଣ୍ଠୁଏ ପାଣି - heavy rain in Cuttack

By ETV Bharat Odisha Team

Published : Jun 3, 2024, 7:08 AM IST

thumbnail
water logging in Cuttack (ETV Bharat Odisha)

water logging in Cuttackକଟକ: ଜଳବନ୍ଦୀ କଟକ ସହର । କାଳବୈଶାଖୀ ଜନିତ ପ୍ରବଳ ବର୍ଷାରେ ରବିବାର ରାତିରେ କଟକରେ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୃଷ୍ଟି ଗୋଚର ହୋଇଛି । ତେବେ ବର୍ଷା ଯୋଗୁ କଟକ ସହରର ଭଗତ ପୁର, ରାଉଶା ପାଟଣା, ଝୋଲା ସାହି, ସେମିନାର ଛକ, ମକରବାଗ, ସୂତାହାଟ, ମେରିଆ ବଜାର , ଷ୍ଟୁଆର୍ଟ ପାଟଣା ଓ ଫ୍ରେଣ୍ଡସ କଲୋନୀ ଆଦି ଅଞ୍ଚଳରେ ମଧ୍ୟ ସ୍ଥିତି ସଙ୍ଗୀନ ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ସହ ଘର ଭିତରେ ମଧ୍ୟ ଲହଡ଼ି ମାରୁଛି ପାଣି । ସହରରେ ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବର୍ଷା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । 

ଏହାମଧ୍ୟ ପଢନ୍ତୁ.. ନୂଆପଡାରେ କାଳବୈଶାଖୀ ତାଣ୍ଡିବ; ଭାଙ୍ଗିଲା ଗଛ, ଉଡିଲା ଘର ଛାତ - HEAVY RAIN IN NUAPADA

ଅନ୍ୟପଟେ ଅସହ୍ୟ ଗୁଳୁଗୁଳିରୁ କଟକିଆଙ୍କୁ ଆଶ୍ୱସ୍ତି ଦେଇଛି ଏହି ଅଦିନିଆ କାଳବୈଶାଖୀ ବର୍ଷା । ରବିବାର ରାତି ୯.୩୦ ଠାରୁ କଟକ ସହରରେ ବର୍ଷା ଆରମ୍ଭ ହୋଇଥିଲା । ଏହି ଲଗାଣ ବର୍ଷା ଯୋଗୁ କଟକ ସହରର ବିଭିନ୍ନ ସ୍ଥାନରେ ପାଣି ଜମିବା ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ତେବେ କଟକ ସହରରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଜଳାର୍ଣ୍ଣବ ହୋଇଯାଇଥିଲା । ମନ୍ଦିର ପରିସରରେ ପାଣି ପଶିବା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ସେବାୟତମାନଙ୍କୁ । ମନ୍ଦିରର ବେଢ଼ା, ପାର୍ଶ୍ଵ ଦେବଦେବୀଙ୍କର ମନ୍ଦିର ଓ ମୁଖ୍ୟ ମନ୍ଦିରରେ ବର୍ଷା ଜଳ ପ୍ରବେଶ କରିଥିଲା । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.