ଟୁରିନଦୀ ଅସ୍ଥାୟୀ ପୋଲ ଉପରେ 3 ଫୁଟର ପାଣି; 5 ବ୍ଲକ ଯୋଗାଯୋଗରୁ ବିଚ୍ଛିନ୍ନ - heavy Rainfall in Nabarangpur - HEAVY RAINFALL IN NABARANGPUR
🎬 Watch Now: Feature Video
Published : Jul 15, 2024, 4:55 PM IST
heavy Rainfall in Nabarangpur: ନବରଙ୍ଗପୁର: ଟୁରିନଦୀ ଅସ୍ଥାୟୀ ପୋଲ ଉପରେ ବହୁଛି 3 ଫୁଟର ପାଣି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି-ଡାବୁଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଟୁରିନଦୀ ପୋଲ ଦୁଇ ପାଖେ ପ୍ରଶାସନ ରହି ଗାଡି ମୋଟର ଅଟକାଇ ବିକଳ୍ପ ରାସ୍ତା ଦେଖାଯାଉଛି । ପାପଡାହାଣ୍ଡି ଟୁରିନଦୀ ପୋଲ ନିର୍ମାଣ କାମ ଜାରି ରହିଛି । ଏଥିପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରି ଲୋକଙ୍କ ପାଇଁ ଗମନାଗମନ ସୁବିଧା କରାଯାଇଛି । ହେଲେ ସୋମବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଉପରେ 3 ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଫଳରେ ପାପଡାହାଣ୍ଡି ଠାରୁ ଡାବୁଗାଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।
ଏହି ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାର 5ଟି ବ୍ଲକ ରାଇଘର, ଛନ୍ଦାହାଣ୍ଡି, ଝରୀଗାଁ, ଡାବୁଗାଁ ଓ ଉମରକୋଟ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାପଡାହାଣ୍ଡି ବ୍ଲକର ଜଟାବାଳ, ଘାଟଗୁଡା, ପାତ୍ରୀ, ମାନିଗା, ହାତୀବେଡା, ଚେରଚେଟା ଗ୍ରାମପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାପାଳଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଗାଡି ମୋଟର ବର୍ତ୍ତମାନ ତୁମ୍ବଲ୍ଲା ଛକ ଦେଇ ନାକଟିଗୁଡା, ମିଞ୍ଜା, କାଙ୍ଗମାଝୀଗୁଡା, ପାତ୍ରଗୁଡା, ସୁନାଡଙ୍ଗରି ଦେଇ ମୁଖ୍ୟ ରାସ୍ତାକୁ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଭାରିଯାନ ଚଳାଚଳ ପାଇଁ ମଇଦପୁର ହୋଇ ଡାବୁଗାଁ ବାହାରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । କୌଣସି ଅଘଟଣ ଏଡ଼ାଇବା ପାଇଁ ନଦୀର ଉଭୟ ପାର୍ଶ୍ଵରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ପାପଡାହାଣ୍ଡି ବିଡିଓ କପିଳଦେବ ସାହୁ, ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକ, ପୋଲିସ ବିଭାଗ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର