ଆଜି ବ୍ରହ୍ମପୁରରୁ ଶୁଭାରମ୍ଭ ହେବ ବନ୍ଦେ ଭାରତ ଏକ୍ସପ୍ରେସ, ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ - Vande Bharat express

By ETV Bharat Odisha Team

Published : Sep 15, 2024, 9:54 AM IST

thumbnail
କିଛି ସମୟରେ ବ୍ରହ୍ମପୁରରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଦେଖନ୍ତୁ କିପରି ରହିଛି ଦୃଶ୍ୟ (ETV Bharat Odisha)

ବ୍ରହ୍ମପୁର: ଆଉ ମାତ୍ର କିଛି ସମୟ ପରେ ଦେଶର ରେଳସେବାରେ ଯୋଡି ହେବ ଆଉ 10ଟି ଅତ୍ୟାଧୁନିକ ସେମି-ସ୍ପିଡ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଝାଡଖଣ୍ଡର ଟାଟାନଗରରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲି ସବୁଜ ପତାକା ଦେଖାଇ ଏହି ଟ୍ରେନଗୁଡିକର ଶୁଭାରମ୍ଭ କରିବେ । ଏହା ମଧ୍ୟରେ ରହିଛି ଓଡିଶାରେ ଗଡିବାକୁ ଥିବା ତିନି ‘ବନ୍ଦେ ଭାରତ ଏକ୍ସପ୍ରେସ’ । ବ୍ରହ୍ମପୁର- ଟାଟାନଗର, ହାଓ୍ବାଡା-ରାଉରକେଲା ଓ ଦୁର୍ଗ-ବିଶାଖାପାଟନମ ‘ବନ୍ଦେ ଭାରତ’ ଟ୍ରେନ ଓଡିଶା ମଧ୍ୟରେ ଗଡିବ । ବ୍ରହ୍ମପୁରରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟ୍ରେନ ମଧ୍ୟ ପ୍ଲାଟଫର୍ମକୁ ଆସିସାରିଛି । ଆଉ କିଛି ସମୟ ମଧ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ହେବ । ବ୍ରହ୍ମପୁର ରେଳ ଷ୍ଟେସନରେ କେମିତି ରହିଛି ସ୍ଥିତି ଓ ଉତ୍ସାହ, ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ସ୍ଥାନୀୟ ପ୍ରତିନିଧି ସମୀର ଆଚାର୍ଯ୍ୟ ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.