thumbnail

By ETV Bharat Odisha Team

Published : Mar 28, 2024, 3:37 PM IST

ETV Bharat / Videos

ପୁଣି ଟିଟିଲାଗଡରୁ ଟୁକୁନି ସାହୁ, ଆସ୍ଥା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ କୃତଜ୍ଞତା - Legislative Assembly Election 2024

ବଲାଙ୍ଗୀର: ପୁଣି ଟୁକୁନି ସାହୁଙ୍କ ଉପରେ ଆସ୍ଥା ରଖିଲା ବିଜେଡି । ତୃତୀୟ ଥର ପାଇଁ ବିଧାନସଭା ପ୍ରାର୍ଥୀ ଟିକେଟ ଦେଇଛି ବିଜେଡି । ତେବେ ବିଧାନସଭା ପ୍ରାର୍ଥୀ ଘୋଷଣା ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟିଟିଲାଗଡ ବିକାଶ ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି । 


ବଲାଙ୍ଗୀର ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିଲା । ଲୋକଙ୍କ ମଧ୍ୟରେ ମନ୍ତ୍ରୀ ଟୁକୁନୀ ସାହୁ ଏଥର ସାଂସଦ ଭାବରେ ଟିକେଟ ଆଣି ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହୋଇ ଆସୁଥିଲା । ତେବେ ଏହି ସବୁ ଆଲୋଚନାର ଅନ୍ତ ଘଟିଛି । ବିଜେଡି ଦଳ ପୁଣି ଏଥର ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ବିଧାନ ସଭା ପାଇଁ ଟିକେଟ ଦେଇଛି। ସେପଟେ ଟୁକୁନି ସାହୁ ଏହା ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟିଟିଲାଗଡ ବିଧାୟିକା ହେବା ଠାରୁ ଟିଟିଲାଗଡ ବିକାଶ ହୋଇଛି । ପିଇବା ପାଣି, ପର୍ଯ୍ୟଟନ, ଗମନାଗମନ ଠାରୁ ନେଇ ସବୁ ଦିଗରେ ଟିଟିଲାଗଡ ବିକାଶ ହୋଇଛି । ସେହିପରି ବିଗତ ନିର୍ବାଚନରେ ଲୋକେ ତାଙ୍କ ଉପରେ ବିଶ୍ୱାସ କରି ଜୟଯୁକ୍ତ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ଦିଗରେ ଦିନ ରାତି କାମ କରିଥିବା ନେଇ କହିଛନ୍ତି । ସେହିପରି ଏଥର ମଧ୍ୟ ତାଙ୍କୁ ଲୋକେ ବିଶ୍ୱାସ କରିବେ ଓ ସମାନ ଭଲପାଇବା ଜାରି ରଖି ତାଙ୍କୁ ବାଛିବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

ମନ୍ତ୍ରୀ ଟୁକୁନୀ ସାହୁଙ୍କ ରାଜନୈତିକ କ୍ୟାରିୟର:  ମନ୍ତ୍ରୀ ଟୁକୁନୀ ସାହୁ ଟିଟିଲାଗଡ ଟାଣୁଆ ଯୁବ ବିଜେଡି ନେତା ଅଭିମନ୍ୟମ୍ୟୁ ସାହୁଙ୍କ ସ୍ତ୍ରୀ ।  ତେବେ ଗତ 2014 ନିର୍ବାଚନରେ ଅଭିମନ୍ୟୁ ସାହୁ ଟିଟିଲାଗଡ ବିଜେଡି ଦଳରୁ ଆଶାୟୀ ପ୍ରାର୍ଥୀ ଥିଲେ । ହେଲେ ତାଙ୍କର ହତ୍ୟା ପରେ ଟୁକୁନୀ ସାହୁ ରାଜନୀତିରେ ପ୍ରବେଶ କରିଥିଲେ। ଏବଂ ସ୍ଵାମୀଙ୍କ ଅଧୁରା ସ୍ବପ୍ନ ସେ ପୂରଣ କରିବା ସହ ଟିଟିଲାଗଡ ବିକାଶ ପାଇଁ କାମ କରିବେ ବୋଲି କହିଥିଲେ । ସେହିପରି ସେ 2014 ନିର୍ବାଚନରେ 42 ପ୍ରତିଶତ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପୂର୍ବତନ ମନ୍ତ୍ରୀ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇଙ୍କୁ ହରାଇ ଥିଲେ। ସେହିପରି 2019 ରେ ପୁଣି ସେ ଟିକେଟ ପାଇ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ 39 ପ୍ରତିଶତରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ତେବେ ଏଥର ଅନ୍ୟ ଦଳ ଏଯାଏଁ ତାଙ୍କ ପ୍ରାର୍ଥୀ ନାମ ଘୋଷଣା କରି ନଥିବା ବେଳେ ରାଜନୈତିକ ସମୀକରଣ ଏବେବି ଜାରି ରହିଛି । 
 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.